Advertisment

‘ ଝିଅ ଫୋନ୍‌ କରି ୫୦ ହଜାର ଟଙ୍କା ମାଗିଲା, ଗଲା ବେଳକୁ ଝିଅର ମଲା ମୁହଁ ଦେଖିଲି’

ଯୌତୁକ ଜୁଇରେ ଜଳିଗଲା ଦୁଇ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
woman killed for dowry in odisha

woman killed for dowry in odisha

Advertisment

ନିଆଳି/ବାସୁଦେବପୁର: ଯୌତୁକ ଜୁଇରେ ଜଳିଗଲା ୨ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୂର ଘର ଲୋକେ। ଏଭଳି କିଛି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି। 

Advertisment

ଶ୍ୱଶୁର ଘର ଲୋକେ ବାରମ୍ବାର ଯୌତୁକ ପାଇଁ ଟଙ୍କା ମାଗୁଥିବା ବେଳେ ବାପଘର ଲୋକେ ଏହା ଦେଇ ନପାରିବାରୁ ନିର୍ଯାତନା ଦେଇ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗରୁ ଅନୁସାରେ, ବାସୁଦେବପୁର ଥାନା ଅନ୍ତର୍ଗତ ଅଢୁଆଁ ଗାଁର ମୁରଲୀ ମଲ୍ଲିକଙ୍କ ଝିଅ ଗୀତା ସେହି ଗାଁର ଅର୍ଜୁନ ମଲ୍ଲିକଙ୍କ ସହ ଦେଢ଼ ବର୍ଷ ପୂର୍ବେ ବିବାହ କରିଥିଲେ। ତେବେ ବିବାହର କିଛିଦିନ ପରେ ଶ୍ୱଶୁର ଘର ଲୋକ ଯୌତୁକ ବାବଦରେ ୫୦ ହଜାର ଟଙ୍କା ଦାବି କରିଥିଲେ। ଏହି ଦାବି ମୁତାବକ ଝିଅ ଘର ପକ୍ଷରୁ ଟଙ୍କା ଦିଆଯାଇ ପାରିନଥିବାରୁ ଝିଅକୁ ଅନେକ ସମୟରେ ଶ୍ୱଶୁର ଘର ଲୋକ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ମା’।

ଯୌତୁକ ବାବଦରେ ଟଙ୍କାକୁ ନେଇ ଝିଅକୁ ମାଡ଼ ମାରିବା ସହ ଶ୍ୱଶୁର ଘର ଲୋକ ତାକୁ ଜୀବନରେ ମାରି ଦେଇଛନ୍ତି ବୋଲି ଗୀତାଙ୍କ ମା’ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ଗୀତାଙ୍କ ସ୍ୱାମୀ ଅର୍ଜୁନକୁ ଥାନାରେ ଅଟକ ରଖିଛନ୍ତି। ତେବେ ଶାଶୂ ଓ ଶ୍ୱଶୂର ଫେରାର ଅଛନ୍ତି। 

Advertisment

ଗୀତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ‘ତା’ ଶାଶୁ ଘର ଲୋକେ ମୋ ଝିଅକୁ ମାରି ଦେଇଛନ୍ତି। ଦ୍ୱିପ୍ରହରରେ ଝିଅ ଫୋନ୍‌ କରି କହି ୫୦ ହଜାର ଟଙ୍କା ମାଗିଥିଲା। ଟଙ୍କା ନଦେଲେ ସେମାନେ ମାରିଦେବେ ବୋଲି କହିଥିଲା। ୪ଟା ବେଳକୁ ଝିଅକୁ ଫୋନ୍‌ କରିବା ପରେ ତା’ ଶାଶୂ ଘର ଲୋକେ ଫୋନ୍‌ ଉଠାଇ ଥିଲେ। ତୁମ ଝିଅ କ’ଣ କରିଛି ଆସ ଦେଖିବ ବୋଲି କହିଥିଲେ। ମୁଁ ଗଲା ବେଳକୁ ଝିଅର ମଲା ମୁହଁ ଦେଖିଲି।’

ସେହିପରି କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅବଦଲପୁର ଗାଁର ଫୁକୁନ ଦାସଙ୍କ ବଡ଼ ଝିଅ ରୁପଳି ୨୦୧୮ ଜୁନ୍ ୨୩ ତାରିଖରେ ପୋଖରୀଗାଁ ରାଣୀପଡ଼ାରେ ଜଟାଧାରୀ ଦାସଙ୍କ ସାନପୁଅ ମନୋଜଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବର ଘର ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା। ତେବେ ଝିଅ ଘର ପକ୍ଷରୁ ଲକ୍ଷେ ଟଙ୍କା ଦିଆଯାଇଥିଲା। ବାକି ୫୦ ହଜାର ଟଙ୍କା ପାଇଁ ଶ୍ୱଶୂର ଘର ଲୋକେ ରୁପଳିଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଟଙ୍କା ପାଇଁ ଛଅ ମାସ ପୂର୍ବେ ରୁପଳିଙ୍କୁ ମାଡ଼ ମାରି ତାଙ୍କ ବାପ ଘରକୁ ପଠାଇ ଦିଆଯାଇଥିଲା। ବାପଘରେ ରୁପଳି ୪ ମାସ ରହିଥିଲେ। ଏହା ପରେ ନାତିର ପ୍ରଥମାଷ୍ଟାମୀ କଥା କହି ଶ୍ୱଶୂର ଘର ଲୋକେ ରୁପଳିଙ୍କୁ ନେଇ ଯାଇଥିଲେ। କିନ୍ତୁ ଗତକାଲି ସେମାନେ ତାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଗତକାଲି ରାତିରେ ନିଆଳି ଥାନାରେ ରୁପଳିଙ୍କ ବାପଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ୍‌ କହିଛି। ରୁପଳିଙ୍କର ଦେଢ଼ବର୍ଷର ପୁଅଟିଏ ଅଛି।

Dowry Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ