Advertisment

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ...୩ ଗିରଫ

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।

ଅଦ୍ୟତନ ହୋଇଛି
Gang Rape

Gang Rape

Advertisment

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ । ୧୩ ବର୍ଷୀୟ ଜଣେ ନାବାଳିକାକୁ ରାମପୁର ଥାନା ଅଂଚଳରେ ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଯୁବକ ଗିରଫ ହୋଇଛନ୍ତି ।

Advertisment

ଘର ବାରିପଟୁ ନାବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରାଯାଇଥିବା ନାବାଳିକାର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଦିନ ୧୦ଟାରେ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରିଥିଲେ ।

ଏନେଇ ପରିବାର ଲୋକେ ରାମପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ।

Advertisment

ଅନ୍ୟପକ୍ଷେ, ସିଡିପିଓ ପୀଡ଼ିତାଙ୍କ ଘରକୁ ଯାଇ ଅନୁସନ୍ଧାନ କରିଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Sonepur Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ