Advertisment

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି।

Woman & Her Two Minor Daughters Found Dead

Woman & Her Two Minor Daughters Found Dead

Advertisment

ଝାରସୁଗୁଡ଼ା: ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡାରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ବେଳେ   ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ଟେର ପାଇପାରିନି।

Advertisment

ସୂଚନା ଅନୁସାରେ, ନାରାୟଣ ଓ ସୋନି ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡାରେ ରହୁଥିଲେ। ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’  ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମା’ ଓ ୨ ଝିଅ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି, ତାହା ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। 

Advertisment

ଅନ୍ୟପକ୍ଷେ, ଖୋର୍ଦ୍ଧା ବାଣପୁରର ଶାଳିଆ ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ଧରି ଖୋଜାଖୋଜି ପରେ ଆଜି ଅଗ୍ନିଶମ ବାହିନୀ ନିଖୋଜ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସ୍ଥାନୀୟ ବରସାହୀ ନିକଟରୁ ଚରଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗାଧୋଇବାକୁ ଯାଇ ଚରଣ ନିଖୋଜ ହୋଇଯାଇଥିଲେ।

Woman Found Dead Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ