Advertisment

ଚୂନା ଲଗାଇଲେ ସାଇବର ଠକ; ପୁଅର ମିଛ କାନ୍ଦ ଶୁଣାଇ ନେଇଗଲେ ୧.୨ଲକ୍ଷ

ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ଅଭିଯୁକ୍ତ ତାଙ୍କୁ ଫୋନରେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଥିଲେ। ଯେଉଁଥିରେ ତାଙ୍କ ପୁଅ କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ମହିଳାଜଣକ ଭୟଭୀତ ହୋଇଯିବା ସହ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ।

ଅଦ୍ୟତନ ହୋଇଛି
 Digital Arrest

Digital Arrest

Advertisment

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି ଯାହାକୁ ଡିଜିଟାଲ୍‌ ଆରେଷ୍ଟ ବୋଲି କୁହାଯାଉଛି। ତେବେ ଏପରି ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା। ନିଜକୁ ସିବିଆଇ ଅଫିସର୍ ପରିଚୟ ଦେବା ସହ ତାଙ୍କ ପୁଅର ନକଲି କାନ୍ଦ ସ୍ୱର ଶୁଣାଇ ଜଣେ ଠକ ୧.୨ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ ମହିଳାଙ୍କ ବୟସ ପ୍ରାୟ ୫୯ବର୍ଷ। ସେ ନିଜ ସ୍ୱାମୀ ଏବଂ ୩୮ ବର୍ଷର ପୁଅ ସହିତ ଦହିସର ପୂର୍ବରେ ରୁହନ୍ତି। ତେବେ ମହିଳା ଘରେ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କଲେ। ନିଜକୁ ବାନ୍ଦ୍ରାସ୍ଥିତ ସିବିଆଇ କାର୍ଯ୍ୟାଳୟର ଜଣେ ଅଧିକାରୀର ପରିଚୟ ଦେବା ସହ ତାଙ୍କ ପୁଅକୁ ଗିରଫ କରାଯାଇଥିବା କହିଥିଲେ। ମହିଳା ଜଣକ ଏହା ଶୁଣି ଭୟଭୀୟ ହୋଇଯାଇଥିଲେ । ଗିରଫଦାରୀର କାରଣ ପଚାରିବାରୁ ତାଙ୍କ ପୁଅ ଏକ ଅପରାଧରେ ସଂପୃକ୍ତ ଥିବା କହିଥିଲେ।

ବିଶ୍ୱାସ ଜିତିବା ପାଇଁ ମହିଳାଙ୍କ ପୁଅ ବିଷୟରେ କିଛି କଥା କହିଥିଲେ। ଏଥିସହ ଚାରିରୁ ପାଞ୍ଚ ମାସ ତଳେ ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ, ଯେଉଁଠାରେ ତାଙ୍କ ସାଙ୍ଗମାନେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ହତ୍ୟା କରିଥିବା କଥା କହିଥିଲେ। ତେବେ ତାଙ୍କ ପୁଅ ଏହି ଅପରାଧରେ ଜଡିତ ନଥିଲେ ମଧ୍ୟ ସେ ନିଜ ସାଙ୍ଗମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏଥିସହ ଲୁଟେରା କହିଥିଲେ, ଖୁବ ଶୀଘ୍ର ଏହି ଖବର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଦିଆଯିବ ଏବଂ ଯଦି ସେ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଟଙ୍କା ଦେବାକୁ ପଡିବ।

Advertisment

ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ଅଭିଯୁକ୍ତ ତାଙ୍କୁ ଫୋନରେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଥିଲେ। ଯେଉଁଥିରେ ତାଙ୍କ ପୁଅ କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ମହିଳାଜଣକ ଭୟଭୀତ ହୋଇଯିବା ସହ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ। ହେଲେ ପୁଅକୁ ବଞ୍ଚାଇବାକୁ ଯାଇ ସେ ଠକର ଆକାଉଣ୍ଟକୁ ୫ଥରରେ ୧.୨ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ମହିଳାଜଣକ ପୁଅକୁ କଲ୍‌ କରିବା ପରେ ସେ ଅଫିସ୍‌ରେ ଥିବା କହିଥିଲେ। ଏହାଶୁଣି ମହିଳା ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଲେ ଓ ଜୁଲାଇ ୪ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ