Advertisment

ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ, ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ମହିଳା

ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ। ହେଲେ ହଠାତ୍‌ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର କାର୍ଗିଲ ବସ୍ତି ନିକଟରେ ଟ୍ରେନ୍ ଲାଇନ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ, ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ମହିଳା

woman jumps in front of train

Advertisment

ଭୁବନେଶ୍ୱର: ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ। ହେଲେ ହଠାତ୍‌ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର କାର୍ଗିଲ ବସ୍ତି ନିକଟରେ ଟ୍ରେନ୍ ଲାଇନ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଆଜି ସ୍ୱାମୀଙ୍କ ସହ ରବି ଟକିଜ୍‌ ସ୍ଥିତ ବାପ ଘରକୁ ଯାଉଥିଲେ। ହେଲେ ହଠାତ୍‌ ମହିଳା ଜଣକ ଚଳନ୍ତା ଗାଡ଼ିରୁ ଓହ୍ଲାଇ କାର୍ଗିଲ ବସ୍ତି ନିକଟରେ ଥିବା ରେଲ୍‌ୱେ ଟ୍ରାକ୍‌ ଆଡ଼କୁ ଦୌଡ଼ି ଥିଲେ। ଏହି ସମୟରେ ଏକ ଟ୍ରେନ୍‌ ଆସୁଥିବା ବେଳେ ମହିଳା ଜଣକ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଥିଲେ। କିଛି ଲୋକ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସେମାନେ ବିଫଳ ହୋଇଥିଲେ। ଟ୍ରେନ୍ ଲାଇନ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ତାଙ୍କ ସ୍ୱାମୀ ବାପ ଘରକୁ ଛାଡ଼ିବାକୁ ନେଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। 

ମହିଳା ଜଣଙ୍କର ମାନସିକ ବିକୃତି ଥିବା ଶାଶୁଘର ଓ ବାପଘର ଲୋକେ କହିଛନ୍ତି। ମୃତ ମହିଳାଙ୍କ ବାପା କହିଛନ୍ତି, ‘ଜ୍ୱାଇଁ, ଝିଅକୁ ନେଇ ଆମ ଘରେ ଛାଡ଼ିବା ପାଇଁ ଆସୁଥିଲେ। ତେବେ ବାଟରେ ଏଭଳି ଘଟଣା ଘଟିଛି। ଝିଅ ବେଳେବେଳେ ମାନସିକ ଭାରସାମ୍ୟ ହରାଇଲେ ଜ୍ୱାଇଁ ଆଣି ତାକୁ ଆମ ଘରେ ଛାଡ଼ି ଦେଇଥାନ୍ତି। ଝିଅ କିଛିଦିନ ରହିଲା ପରେ ଶାଶୁ ଘରକୁ ଚାଲି ଯାଇଥାଏ।’ 

Advertisment

ପ୍ରକୃତରେ କେଉଁ କାରଣ ପାଇଁ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ପାରିବାରିକ ବିବାଦ ନା ମାନସିକ ଅଶାନ୍ତି ନା ଆଉ କିଛି ରହିଛି କାରଣ, ସେନେଇ  ପୋଲିସ ଖୋଳତାଡ କରୁଛି।  ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି।  

Advertisment

ବିବାହର ୨ ବର୍ଷ ପରେ ମହିଳାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ଏହାପରେ ତାଙ୍କର ମାନସିକ ବିକୃତି ଦେଖା ଦେଇଥିଲା। ଏହାକୁ ନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା।

ସୂଚନାଥାଉ କି, ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କୁ ପୋଲିସ୍‌ କାବୁ କରିଥିଲା। 

Woman Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ