Advertisment

Gang-rape in Jajpur: ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମ, ୨ ଗିରଫ

ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହାସହ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି ପୋଲିସ।

Gang-rape in jajpur

Gang-rape in jajpur

Advertisment

ଯାଜପୁରରେ ଚାଞ୍ଚଲ୍ୟ । ଛେଳି ଚରାଇବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ବୈରୀ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଭାଲୁଖାଇ ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବୈରୀ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି । ଦୁଇ ଅଭିଯୁକ୍ତ ଭଜମନ ଭୋଇ ଓ ସୁନନ୍ଦ ପିହୁକୁ ପୋଲିସ ଗିରଫ କରିଛି ।

Advertisment

ରଜ ସମୟରେ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଚର୍ଚ୍ଚା ନଥମୁଣୁ ଯାଜପୁରରୁ ଆଉ ଏକ ଖବର ଆସିଛି । ଛେଳି ଚରାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା । ତେବେ ପୀଡିତାଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ଅଧିକ ପଢନ୍ତୁ: ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେ ହୋଇଥିଲା ଗଣଦୁଷ୍କର୍ମ ! ୪କୁ ବଢିଲା ଗିରଫଦାରୀ ସଂଖ୍ୟା

Advertisment
Rape Case Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ