Advertisment

ପ୍ରେମିକର ଫୋନ୍‌ରେ ନିଜର ୧୩ ହଜାର ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବତୀ

ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକର ମୋବାଇଲରେ ୧୩ ହଜାରରୁ ଅଧିକ ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହି ଯୁବତୀଙ୍କ ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲରେ ଅନ୍ୟ କେତେକ ଝିଅଙ୍କ ଆପତ୍ତିଜନକ ଫଟୋ ମଧ୍ୟ ରହିଥିଲା। ସେମାନେ ସମସ୍ତେ ଏହି ଯୁବତୀଙ୍କ ସହକର୍ମୀ। ଏହି ଯୁବତୀ ଜଣଙ୍କ ଏକ କଲ୍‌ ସେଣ୍ଟରରେ କାମ କରନ୍ତି।

ଅଦ୍ୟତନ ହୋଇଛି
Woman finds 13,000 nude photos of herself on boyfriend's phone

Woman finds 13,000 nude photos of herself on boyfriend's phone

Advertisment

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକର ମୋବାଇଲରେ ୧୩ ହଜାରରୁ ଅଧିକ ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହି ଯୁବତୀଙ୍କ ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲରେ ଅନ୍ୟ କେତେକ ଝିଅଙ୍କ ଆପତ୍ତିଜନକ ଫଟୋ ମଧ୍ୟ ରହିଥିଲା। ସେମାନେ ସମସ୍ତେ ଏହି ଯୁବତୀଙ୍କ ସହକର୍ମୀ। ଏହି ଯୁବତୀ ଜଣଙ୍କ ଏକ କଲ୍‌ ସେଣ୍ଟରରେ କାମ କରନ୍ତି।

Advertisment

ଏ କଥା ଜାଣିବା ପରେ ସହକର୍ମୀଙ୍କୁ ବଞ୍ଚେଇବା ପାଇଁ, ଯୁବତୀ ଜଣଙ୍କ ନଭେମ୍ବର ୨୦ରେ ଅଫିସ୍‌ର୍ ସିନିୟର୍‌ଙ୍କୁ ଜଣେଇଥିଲେ। ଏନେଇ ସେମାନେ ଯେପରି ଭବିଷ୍ୟତରେ କୌଣସି ଅସୁବିଧାରେ ନ ପଡନ୍ତି ସେଥିପାଇଁ କହିଥିଲେ। ସେ ସମ୍ପର୍କରେ ନଭେମ୍ବର ୨୩ରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲା ବେଙ୍ଗାଲୁରୁର ବେଲାଣ୍ଡୁର ଅଞ୍ଚଳରୁ ଆସିଛି। ଏଠାରେ ୨୨ ବର୍ଷର ଏହି ଯୁବତୀ ଏକ BPO ରେ କାମ କରନ୍ତି। କାମ କରିବା ସମୟରେ ଆଦିତ୍ୟ ସନ୍ତୋଷ(୨୫) ନାମକ ଜଣେ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା। ଆଦିତ୍ୟ ମଧ୍ୟ ଗତ ୫ ମାସ ହେବ ଏହି BPO ରେ ଗ୍ରାହକ ସେବା ଏଜେଣ୍ଟ ଭାବରେ କାମ କରୁଛନ୍ତି। ଉଭୟ ପ୍ରାୟ ୪ ମାସ ପରସ୍ପର ସହିତ ସମ୍ପର୍କ ରଖିଥିଲେ। ଏହି ସମୟରେ ଆଦିତ୍ୟ କିଛି ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଉଠାଇଥିଲେ ଏବଂ ସେଗୁଡ଼ିକର ଭିଡିଓ ମଧ୍ୟ କରିଥିଲେ। ତେବେ ଏହି ଘଟଣାର  କିଛି ଦିନ ପରେ ଯୁବତୀ ଜଣଙ୍କ ଆଦିତ୍ୟଙ୍କ ସହ ସମ୍ପର୍କ ଭାଙ୍ଗିଦେଇଥିଲେ।

Advertisment

କୁହାଯାଉଛି ଯେ ତାଙ୍କ ପୂର୍ବତନ ପ୍ରେମିକ କାଳେ ତାଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ କରିଦେବ ଏନେଇ ଯୁବତୀ ଜଣଙ୍କ ଭୟଭୀତ ଥିଲେ। ସେ ଆଦିତ୍ୟଙ୍କୁ ତାଙ୍କ ଫଟୋ ଡିଲିଟ୍ କରିବାକୁ କହିବା ଆରମ୍ଭ କଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆଦିତ୍ୟ ଫଟୋ ଡିଲିଟ୍ କରି ନଥିଲେ।

ଶେଷରେ, ନଭେମ୍ବର ୨୦ରେ ଅଫିସ୍‌ରେ ଆଦିତ୍ୟ ଯେତେବେଳେ ତାଙ୍କ ସିଟ୍‌ରେ ନ ଥିଲେ ଯୁବତୀ ତାଙ୍କ ଫୋନ୍ ନେଇଯାଇଥିଲେ। ସେ ତାଙ୍କ ଫୋନ୍ ଖୋଲିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଦିତ୍ୟଙ୍କ ଫୋନ୍ ଗ୍ୟାଲେରୀରେ ସେ ନିଜର ପ୍ରାୟ ୧୩ ହଜାର ନଗ୍ନ ଫଟୋ ଦେଖିବାକୁ ପାଇଥିଲେ।

Advertisment

ଏହା ପରେ ସେ ଆଦିତ୍ୟଙ୍କ ଗ୍ୟାଲେରୀକୁ ଆହୁରି ଭଲ ଭାବରେ ଖୋଜିଥିଲେ ଏବଂ ନିଜ ବ୍ୟତୀତ ଅନ୍ୟ କିଛି ଝିଅଙ୍କ ଆପତ୍ତିଜନକ ଫଟୋ ପାଇଥିଲେ। ଏହାପରେ ଯୁବତୀ ଜଣଙ୍କ ଏ ବିଷୟରେ ତୁରନ୍ତ ତାଙ୍କ ସିନିୟର୍‌ଙ୍କ ନିକଟରେ ଅଭିଯୋଗ କରି ବାକି କର୍ମଚାରୀମାନଙ୍କୁ ସତର୍କ କରେଇଥିଲେ।

ଏହା ପରେ କଲ୍ ସେଣ୍ଟରର ଲିଗାଲ୍ ହେଡ୍‌ ଆଦିତ୍ୟଙ୍କ ବିରୋଧରେ ପୋଲିସର ସାଇବର ଶାଖାରେ ଅଭିଯୋଗ କରିଥିଲେ। କମ୍ପାନୀ ଏହା ମଧ୍ୟ ଅଭିଯୋଗରେ କହିଛି ଯେ ଯଦି ସନ୍ତୋଷ ଏହି ଫଟୋଗୁଡ଼ିକୁ ଭାଇରାଲ୍‌ କରେ ତେବେ ଏହାର ପ୍ରତିଷ୍ଠାକୁ ଖୁବ ଧକ୍କା ଲାଗିବ। ଝିଅମାନେ ମଧ୍ୟ ମାନସିକ ଦୁଶ୍ଚିନ୍ତାକୁ ଚାଲିଯିବେ। ଏହି ଅଭିଯୋଗରେ ପୋଲିସ ଆଦିତ୍ୟକୁ ଗିରଫ କରିଛି।

ଏ ମାମଲାକୁ ନେଇ ପୋଲିସ୍ କହିଛି ଯେ, ସେ ଏତେ ଫଟୋ ରଖିବାର କାରଣ ଜାଣିବା ପାଇଁ ଆମକୁ ଆଉ କିଛି ସମୟ ଦରକାର। ଏଥିରୁ କିଛି ଫଟୋ ଏଡିଟ୍ ହୋଇଥିବାବେଳେ କିଛି ରିଏଲ୍। ଆମେ ମଧ୍ୟ ଯାଞ୍ଚ କରୁଛୁ ଯେ ସେ ଏହାକୁ ବ୍ୟବହାର କରି କୌଣସି ମହିଳାଙ୍କୁ ବ୍ଲାକମେଲ କରୁଥିଲା କି ନାହିଁ? ତାଙ୍କର ଚାଟ୍ ହିଷ୍ଟ୍ରୀ ଏବଂ ଫୋନ୍ କଲ୍ ମଧ୍ୟ ଯାଞ୍ଚ କରାଯାଉଛି।”

Blackmailing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ