Advertisment

ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବାରଣ କରିବାରୁ ଜୀବନ ହାରିଦେଲେ !

ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯାହା ସତ ହୋଇଛି

Lady Death Case

Lady Death Case

Advertisment
ଶ୍ୱଶୁର ଘର ଲୋକେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ିଆ ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ହେଲେ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ ପାତ୍ର। ସେ ୧୦ବର୍ଷ ପୂର୍ବେ କଇଥଗଡ଼ିଆର ବୁଦ୍ଧଦେବ ପାତ୍ରଙ୍କୁ ବିବାହ କରିଥିଲେ।
Advertisment

ଗତକାଲି ରାତିରୁ ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଏକ ପୋଖରୀରୁ ଉଦ୍ଧାର ହୋଇଛି। ତେବେ ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯେଉଁଥିରେ ଗୋଟିକରେ " ହୁଏତ ଏମୋର ଲାଷ୍ଟ ଭିଡ଼ିଓ ହୋଇପାରେ" ଓ  ଅନ୍ୟଟିରେ " କାଲି ମୁଁ ଏ ଦୁନିଆରେ ଥିବି କି ନଥିବି କିନ୍ତୁ ନିଶ୍ଚୟ ମନେ ରଖିବେ" ବୋଲି  ଲେଖା ରହିଛି।

Last Video of JayantiLast Video of Jayanti

ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରୁଥିଲା ଝିଅ, ଯାହାକୁ ଶ୍ୱଶୁର ଘର ଲୋକେ ବିରୋଧ କରିଆସୁଥିଲେ।ତେବେ ଏନେଇ ଖଇରା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ