Advertisment

ଟାର୍ଗେଟ୍‌ରେ ଥିଲା ସ୍ୱାମୀ, ହେଲେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
Murder In Nuapada

Woman Dies In A Bid To Save Husband In Nuapada

Advertisment

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ସ୍ତ୍ରୀ। ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଥିଲା। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୁଟିବର ଗାଁରେ ଏହି ଘଟଣା ଘଟିଛି। ମୃତକ ହେଲେ କୁମୁଦିନୀ ଶବର। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଠୁଟିବର ଗାଁର ନୀଳାମ୍ବର ସୁନା ନାମକ ଜଣେ ବ୍ୟକ୍ତି ଶରତ ସାହୁଙ୍କ ଘରକୁ ଆସିଥିଲେ। ଏହାପରେ ବନ୍ଧୁକ ଦେଖାଇ ସେ ଶରତଙ୍କୁ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ଶରତ ଟଙ୍କା ଦେବାକୁ ମନା କରିବାରୁ ବନ୍ଧୁକ ମୁନରେ ନୀଳାମ୍ବର ତାଙ୍କୁ ଧମକ ଦେଇଥିଲେ। ମାରିବାକୁ ଉଦ୍ୟମ ବେଳେ ଏହି ସମୟରେ ଶରତଙ୍କ ସ୍ତ୍ରୀ କୁମୁଦିନୀ ସ୍ୱାମୀଙ୍କ ସାମ୍ନାକୁ ଆସି ଯାଇଥିଲେ। ଫଳରେ କୁମୁଦିନୀଙ୍କ ପେଟରେ ଗୁଳି ବାଜି ଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ଅନ୍ୟପକ୍ଷେ, ଅଭିଯୁକ୍ତ ନୀଳାମ୍ବର ଫେରାର ଅଛି। 

Advertisment

(ରିପୋର୍ଟ-ମାୟାଧର ସରାଫ, ନୂଆପଡ଼ା)

Murder Extortion Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ