suicide attempt
ମହାନଦୀକୁ ଡେଇଁ ଜୀବନ ହାରିରେ ଯୁବତୀ । ହରିଣ ପାର୍କ ନିକଟରେ ଆଜି ମହାନଦୀକୁ ସଂପୃକ୍ତ ଯୁବତୀ ଜଣକ ଡେଇଁ ପଡ଼ିଥିଲେ । ହେଲେ କେଉଁ କାରଣରୁ ଯୁବତୀ ଜଣକ ମହାନଦୀକୁ ଡେଇଁ ଜୀବନ ଦେଇଛନ୍ତି, ସେ ସମ୍ପର୍କରେ ଜଣାପଡ଼ି ନାହିଁ । SCBରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ଯୁବତୀ ଜଣକ କଟକ ହରିଣ ପାର୍କ ନିକଟରେ ଥିବା ମହାନଦୀକୁ ଡେଇଁ ପଡ଼ିଥିଲେ । ସେଠାରେ ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଏସ୍ସିବି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ ।
ମାତ୍ର ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀ ଜଣକ ବ୍ଲୁ ରଙ୍ଗର ଜିନ୍ସ ଓ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି । ତେବେ ସେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଏହାସହ ଯୁବତୀଙ୍କ ପରିଚୟ ମଧ୍ୟ ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us