Advertisment

ସୀମା ଟପିଲା ନୃଶଂସତା: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

ପ୍ରେମ ଓ ପ୍ରତାରଣାରୁ ଜଘନ୍ୟ ହତ୍ୟାକାଣ୍ଡ। ନା ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଗତକାଲି ସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରର ଏହି ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ । ମୃତ୍ୟୁ ସହ ପ୍ରାୟ ୨ ଘଣ୍ଟା ଯୁଝିବା ପରେ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଖି ବୁଜିଦେଇଥିଲେ ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ହେଲେ ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଯାଇଥିଲେ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ।

ସୀମା ଟପିଲା ନୃଶଂସତା: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

Ganjam Murder Case

Advertisment

ଭୁବନେଶ୍ୱର: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ। ଏଭଳି ଏକ ଲୋମହର୍ଷକ ମାମଲା ନେଇ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରୁ। ସ୍ଥାନୀୟ ପ୍ରତାପପୁର ଗାଁର କୃଷ୍ଣଚନ୍ଦ୍ର ସାହୁ ତାଙ୍କ ଉପରେ ସ୍ପିରିଟ ଢାଳି ନିଆଁ ଲଗାଇଦେଲେ ବୋଲି ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ମୃତ ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗା। ଅନ୍ୟପକ୍ଷରେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ଅଭିଯୁକ୍ତ କୃଷ୍ଣଚନ୍ଦ୍ର। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଆଜି ଘଟଣାସ୍ଥଳରେ ସୁରାକ୍ ଖୋଜିଛି ସାଇଣ୍ଟିଫିକ୍ ଟିମ୍।

Advertisment

ପ୍ରେମ ଓ ପ୍ରତାରଣାରୁ ଜଘନ୍ୟ ହତ୍ୟାକାଣ୍ଡ। ନା ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଗତକାଲି ସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରର ଏହି ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ । ମୃତ୍ୟୁ ସହ ପ୍ରାୟ ୨ ଘଣ୍ଟା ଯୁଝିବା ପରେ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଖି ବୁଜିଦେଇଥିଲେ ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ହେଲେ ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଯାଇଥିଲେ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ।

ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, ଯିଏକି ସ୍ପିରିଟ୍ ଢାଳି ତାଙ୍କ ଦେହରେ ନିଆଁ ଲଗାଇଦେଲେ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା। ପୋଲିସ କୃଷ୍ଣଚନ୍ଦ୍ରକୁ କେଶପୁରରୁ ଗିରଫ କରିଛି। ଶୁଭସ୍ମିତାଙ୍କ ବାପାଙ୍କ କହିବା କଥା, ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ଥିଲା ଏବଂ ବାହାଘର ପ୍ରସ୍ତାବ ମଧ୍ୟ ପଡ଼ିଥିଲା। ତେବେ କୃଷ୍ଣଚନ୍ଦ୍ର ପରେ ବାହାଘର ପାଇଁ ଅରାଜି ହୋଇଥିଲେ ଏବଂ ଶୁଭସ୍ମିତାଙ୍କୁ ହଇରାଣ କରିବା ସହ ପରିବାର ଲୋକଙ୍କୁ ଫୋନରେ ଧମକଚମକ ଦେଉଥିଲେ। କୃଷ୍ଣଚନ୍ଦ୍ରଙ୍କର ଆଉ ଜଣଙ୍କ ସହ ବିବାହ ହୋଇଯାଇଛି ବୋଲି ମଧ୍ୟ ସେ ଶୁଣିବାକୁ ପାଇଥିଲେ । ତେଣୁ ଆଗକୁ କାଳେ ଶୁଭସ୍ମିତା ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି କରିବେ, ସେହି ଆଶଙ୍କାରେ ତାଙ୍କୁ ନିଜ ଗାଁକୁ ଡାକି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ କୃଷ୍ଣଚନ୍ଦ୍ରର କହିବା କଥା, ଏସବୁ କେମିତି ହେଲା ସେ କିଛି ଜାଣିନି। ଗତକାଲି ସେ ତା ନିଜ ଗାଁରେ ହିଁ ନଥିଲା ବୋଲି କହିଛି କୃଷ୍ଣଚନ୍ଦ୍ର। ତେବେ ୨୦୧୫-୧୬ରୁ ଶୁଭସ୍ମିତାଙ୍କ ସହ ପ୍ରେମସଂପର୍କ ଥିବା କଥାକୁ ସେ ସ୍ୱୀକାର କରିଛି। ଏଥିସହ ଉଭୟଙ୍କ ବାହାଘର ସଂପର୍କରେ ଏବେବି ଆଲୋଚନା ଚାଲିଥିଲା ସେ ଆଉ କାହାକୁ ବିବାହ କରିନାହିଁ ହେଲେ ତାର ଆଉ କାହା ସହ ସଂପର୍କକୁ ନେଇ ଶୁଭସ୍ମିତା ସବୁବେଳେ ସନ୍ଦେହ କରୁଥିଲେ ବୋଲି, ସେ ଗଣମାଧ୍ୟମ ଆଗରେ କହିଛି।

Advertisment

ସେପଟେ ଘଟଣାର ତଦନ୍ତ ଆଗକୁ ବଢ଼ାଇଛି ପୋଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍‌ କରିଥିବା ବେଳେ, ସେଠାରୁ ୨ଟି ରେକ୍ଟିଫାଏଡ୍ ସ୍ପିରିଟ୍ ବୋତଲ୍, ଦିଆସିଲି, ଜୋତା ଓ ପର୍ସ୍ ମିଳିଛି।ଶୁଭସ୍ମିତା ଭଞ୍ଜନଗର ନିକଟ ମୁଜାଗଡ଼ ସରକାରୀ ମେଡିକାଲରେ ଏବଂ କୃଷ୍ଣଚନ୍ଦ୍ର ଭୁବନେଶ୍ୱରରରେ ଏକ ଆଇଟି କଂପାନୀରେ ଚାକିରି କରୁଥିଲେ ବୋଲି ସୂଚନା ମିଳିଛି।

Odisha Ganjam Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ