Advertisment

ରାଗ ବ୍ରହ୍ମ ଚଣ୍ତାଳ, ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ତ୍ରୀ

ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲେ । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ।

ଅଦ୍ୟତନ ହୋଇଛି
undefined

killing husband

Advertisment

ସାତ ଜନ୍ମର ସାଥା ହେବା ପାଇଁ ଯାହା ହାତ ଧରିଥିଲେ ତାକୁ ହିଁ ଜୀବନରୁ ମାରିଦେଲେ । ପାରିବାରିକ କଳହରୁ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ସ୍ତ୍ରୀ । ମୟୂରଭଞ୍ଜ ଉଦଳା ଶରତ ଥାନା ସିରିଆପାଳ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବାର ସୂଚନା ମିଳିଛି ।

Advertisment

ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲା । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଦୁରା ସିଂହ । ଘଟଣା ପରେ ସ୍ତ୍ରୀ ଗୁରୁବାରୀ ସିଂହ ଫେରାର ହୋଇଯାଇଛି।

ଗତକାଲି ରାତିରେ ଲାଦୁରା ଓ ଗୁରୁବାରୀ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସ୍ତ୍ରୀ ଗୁରୁବାରୀ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ଲାଦୁରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Crime Killing Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ