ପାରିବାରିକ କଳହର କରୁଣ ପରିଣତି,୩ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ବି ଡେଇଁଲା ମା'

ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି ।

crime

ପାରିବାରିକ କଳହର କରୁଣ ପରିଣତି । ରାଗରେ ହିତାହିତ ଜ୍ଞାନ ଭୁଲିଗଲେ ମହିଳା । ନିଜର ତିନି ଛୁଆଙ୍କୁ କୂଅକୁ ଫିଙ୍ଗିବା ପରେ ନିଜେ ମଧ୍ୟ ଡେଇଁ ପଡ଼ିଲେ । ଶେରଗଡ ବ୍ଲକ ଲାଉଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଗତକାଲି ରାତିରେ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତର ଲାଉଗୁଡା ଗାଁରେ ଜଣେ ମହିଳା ତାଙ୍କର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗିଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୌଭାଗ୍ୟବଶତଃ ମହିଳା ଓ ତାଙ୍କ ବଡ ଝିଅଙ୍କୁ ଗାଁ ଲୋକମାନେ ଉଦ୍ଧାର କରିଛନ୍ତି । କିନ୍ତୁ ମହିଳାଙ୍କ ସାନ ଝିଅ ଓ ପୁଅକୁ ଉଦ୍ଧାର କରଯାଇ ପାରି ନଥିଲା ।

ଦୁଇଜଣଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ କୂଅ ଭିତରୁ ଉଦ୍ଧାର କରିଛନ୍ତି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ହେଲେ କେଉଁଥି ପାଇଁ କଳହ ହୋଇଥିଲା, କୂଅକୁ ଡେଇଁବା ସମୟରେ ପାଖରେ କେହି ଥିଲେ କି ନାହିଁ.. ସେ ସମ୍ପର୍କରେ କିଛି ସୂଚନା ନାହିଁ ।