Advertisment

ପିଶାଚ ସାଜିଲା ସ୍ୱାମୀ: ମାଲିକ ସହ ମିଶି ଦୁଷ୍କର୍ମ ପରେ ସ୍ତ୍ରୀର ଚୁଟି କାଟିଦେଲେ

ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
undefined

woman allegedly raped

Advertisment

ନୀଳଗିରି: ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାଡ଼ପତ୍ର ପରେ ସ୍ତ୍ରୀ ସହ ସ୍ୱାମୀ ଏମିତି ବର୍ବର କାଣ୍ଡ ଘଟାଇଥିବା ଅଭିଯୋଗ ଆସିଛି। ନିଜେ ଚଳାଉଥିବା ଟ୍ରାକ୍ଟର ମାଲିକଙ୍କ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକିରେ ରାଗ ଶାନ୍ତ ହୋଇ ନଥିଲା ଯେ, ଶେଷରେ ସ୍ତ୍ରୀ କାହିଁକି ସୁନ୍ଦର ଦେଖାଯାଉଛି କହି ସ୍ତ୍ରୀର ମୁଣ୍ଡ ଚୁଟି ଅଧା କାଟି ଦେଇଥିଲା ସ୍ୱାମୀ। ଏବେ ନ୍ୟାୟ ପାଇଁ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ବାଇଗଡ଼ିଆରେ ଅଞ୍ଚଳରେ ଘଟିଛି।

Advertisment

ମହିଳାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ଟ୍ରାକ୍ଟର ଚଳାନ୍ତି। ପାରିବାରିକ କଳହରୁ ଉଭୟଙ୍କ ଛାଡ଼ପତ୍ର ହୋଇ ସାରିଛି। ୨ ଦିନ ପୂର୍ବେ ରାତି ପ୍ରାୟ ୮ଟାରେ ନିକଟସ୍ଥ ବଜାରରୁ ସେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ଓ ସେ ଚଳାଉଥିବା ଟ୍ରାକ୍ଟର ମାଲିକ ତାଙ୍କୁ ଜବରଦସ୍ତି ଶୁନ୍‌ଶାନ୍‌ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କର ଅଧା ଚୁଟି କାଟି ଛାଡ଼ି ଦେଇଥିଲେ।

ଘଟଣାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନ ଥିଲା। ଶେଷରେ ସମ୍ପୃକ୍ତ ମହିଳା ଗତକାଲି ଥାନାକୁ ଯାଇଥିଲେ। ସେଠାକୁ ମହିଳାଙ୍କ ସ୍ୱାମୀଙ୍କୁ ଡକାଯାଇଥିବା ବେଳେ କୌଣସି ସମାଧାନର ସୂତ୍ର ବାହାରି ପାରିନଥିଲା। ଫଳରେ ମହିଳା ଜଣକ ଆଜି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ସ୍ତ୍ରୀ ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ସ୍ୱାମୀ ଖଣ୍ଡନ କରିଛନ୍ତି। ଅଧା ଲଣ୍ଡା କରିଦେବା ଘଟଣାକୁ ନେଇ ସ୍ୱାମୀ କହିଛନ୍ତି, ‘ସୁନ୍ଦର ନଦେଖା ଯିବା ପାଇଁ ମୁଁ ତାର ଅଧା ଚୁଟି କାଟି ଦେଇଛି। ଏମିତି ହେଲେ ସେ ଆଉ କୁଆଡ଼େ ଯିବ ନାହିଁ ଓ ମୋ ପାଖରେ ରହିବ ଭାବିକି ଏପରି କରିଛି।’ 

Advertisment

ଅନ୍ୟପକ୍ଷେ, ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍‌ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ବାଲେଶ୍ୱର ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା କହିଛନ୍ତି।

Woman Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ