Advertisment

Al Qaeda Terrorist: ATS ହାତରେ ମହିଳା ଆତଙ୍କୀ, କରୁଥିଲା ବଡ ଆକ୍ରମଣ ଯୋଜନା

ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଭାରତୀୟ ଶାଖା ସହ ଜଡିତ ଜଣେ ମହିଳା ଆତଙ୍କବାଦୀ ସମା ପରବୀନକୁ ବେଙ୍ଗାଲୁରୁରୁ ଗିରଫ କରିଛି ଜୁଜରାଟ ATS।

Al Qaeda

Al Qaeda

Advertisment

ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଭାରତୀୟ ଶାଖା (Al-Qaeda in the Indian Subcontinent - AQIS) ସହ ଜଡ଼ିତ ଏକ ବଡ଼ ଗ୍ୟାଙ୍ଗର ପର୍ଦାଫାଶ କରିଛି ଗୁଜରାଟ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ (ATS)। ଏହାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବିବେଚନା କରାଯାଉଛି।

Advertisment

ATS ଜୁଲାଇ ୩୦ରେ ବେଙ୍ଗାଲୁରୁରୁ ସମା ପରବୀନ (୩୦) ନାମକ ଜଣେ ମହିଳାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି, ଯିଏ ଆଲ-କାଏଦା ସହ ଜଡ଼ିତ ଥିଲେ ଏବଂ ଅନଲାଇନରେ ଦେଶ ବିରୋଧୀ ଘୃଣା ପ୍ରଚାର କରୁଥିଲେ। ଏହା ପୂର୍ବରୁ ATS ଚାରି ଜଣ ଅନ୍ୟ ଆତଙ୍କବାଦୀ - ମହମ୍ମଦ ଫୈକ, ମହମ୍ମଦ ଫରଦୀନ, ସୈଫୁଲ୍ଲାହ କୁରେଶୀ, ଏବଂ ଜୀଶାନ ଅଲୀଙ୍କୁ ଦିଲ୍ଲୀ, ନୋଏଡା, ଏବଂ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିଲା। ଏମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ। ଏମାନେ ସୋସିଆଲ ମିଡିଆ ଆପ୍ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗରେ ଥିଲେ।

ଗୁଜରାଟ ATSର ଡେପୁଟି SP ହର୍ଷ ଉପାଧ୍ୟାୟଙ୍କୁ ଜୁନ ୧୦ ତାରିଖରେ ଗୁପ୍ତ ସୂଚନା ମିଳିଥିଲା ଯେ କିଛି ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦେଶ ବିରୋଧୀ ଏବଂ ଉତ୍ତେଜନାମୂଳକ ସାମଗ୍ରୀ ପ୍ରଚାର କରାଯାଉଛି। ଏହି ଆକାଉଣ୍ଟଗୁଡ଼ିକରେ AQISର ଆତଙ୍କବାଦୀ କଣ୍ଟେଣ୍ଟ, ଜିହାଦୀ ଭିଡିଓ, ଏବଂ ହିଂସାକୁ ପ୍ରୋତ୍ସାହିତ କରୁଥିବା ତଥ୍ୟ ସେୟାର କରାଯାଉଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଭାରତର ଯୁବକମାନଙ୍କୁ ଆତଙ୍କବାଦର ପଥରେ ନେବା।

Advertisment

ଗୁପ୍ତ ସୂଚନା ଆଧାରରେ ATS ଦିଲ୍ଲୀ, ନୋଏଡା, ମୋଡାସା, ଏବଂ ଅହମଦାବାଦରେ ଚାରୋଟି ଟିମ ଗଠନ ହୋଇଥିଲା। ଦିଲ୍ଲୀ ସ୍ପେଶାଲ ସେଲ, ଉତ୍ତରପ୍ରଦେଶ ATS, ଏବଂ ସ୍ଥାନୀୟ ପୁଲିସର ସହାୟତାରେ ଜୁଲାଇ ୨୧ ଓ ୨୨ ତାରିଖରେ ଚାରି ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇଥିଲା। ତଦନ୍ତ ସମୟରେ ଫରଦୀନ ଶେଖଙ୍କ ନିକଟରୁ ଏକ ଖଣ୍ଡା ଏବଂ AQISର ଜିହାଦୀ ସାହିତ୍ୟ ପୁସ୍ତକ ଜବତ ହୋଇଥିଲା।

ATS ଅନୁଯାୟୀ, ଗିରଫ ହୋଇଥିବା ଆତଙ୍କବାଦୀମାନେ ସୋସିଆଲ ମିଡିଆ ଏବଂ ଅଟୋ-ଡିଲିଟ ଆପ୍ସ ବ୍ୟବହାର କରି ନିଜର କାର୍ଯ୍ୟକଳାପକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ଏମାନେ ଇନଷ୍ଟାଗ୍ରାମ ମାଧ୍ୟମରେ ଆଲ-କାଏଦାର ବିଚାରଧାରାକୁ ପ୍ରୋତ୍ସାହିତ କରୁଥିଲେ, ଯେଉଁଥିରେ ଶରିଆ ପ୍ରତିଷ୍ଠା କରିବା ଏବଂ ଭାରତରେ ଲୋକତନ୍ତ୍ରକୁ ଉଚ୍ଛେଦ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

Advertisment

କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଏହି ଗୋଷ୍ଠୀର ସୀମାପାର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିଲା ଏବଂ ସେମାନେ ପ୍ରମୁଖ ସ୍ଥାନରେ ସମନ୍ୱିତ ଆକ୍ରମଣ ମରିବା ପାଇଁ ଯୋଜନା କରୁଥିଲେ।

ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ପାକ୍ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାବାହିନୀ

Bengaluru Terrorist Arrested Al Qaeda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ