୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ, ୮୦୦ କିଲୋମିଟର ଦୂରରେ ପକାଇଲା ମୃତଦେହ!

୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ । ତାପୁଣି ନିଜ ଦୁଇ ବୟଫ୍ରେଣ୍ଡଙ୍କ ସହ ମିଶି ।

Wife Kills Man

୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ । ତାପୁଣି ନିଜ ଦୁଇ ବୟଫ୍ରେଣ୍ଡଙ୍କ ସହ ମିଶି । ଏମିତି କିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକରେ । ଅକ୍ଟୋବର ୮ ତାରିଖରେ କର୍ଣ୍ଣାଟକ କୋଡାଗୁ ଜଙ୍ଗଲ ଭିତରେ ଏକ ମୃତଦେହ ମିଳିଥିଲା । ତଦନ୍ତ ପରେ ଏହା ତେଲେଙ୍ଗାନାର ବଡ଼ ବ୍ୟବସାୟୀ ରମେଶଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ବୋଲି ଜଣାପଡ଼ିଥିଲା ।

ହେଲେ ଏହି ମର୍ଡର ମିଷ୍ଟ୍ରି ଧୀରେ ଧୀରେ ରହସ୍ୟ ଘେର ଭିତରକୁ ଯାଇଥିଲା । ହେଲେ ସବୁ କିଛି ଖେଳ ବିଗାଡ଼ି ଦେଇଥିଲା ଏକ ଲାଲ୍ ରଙ୍ଗର ମର୍ସିଜ୍ ବେଞ୍ଜ୍ । ମାମଲାର ତଦନ୍ତ ପରେ କର୍ଣ୍ଣାଟକ ପୋଲିସ୍ ହାତରେ ଲାଗିଥିଲା ବଡ଼ ସୁରାକ୍ । ମୃତ ରମେଶଙ୍କ ଦ୍ୱିତୀୟ ପତ୍ନୀ ନିହାରିକାଙ୍କ ଥିଲା ଏହି କାର୍ ।

ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ସବୁ ସତ ପଦାକୁ ଆସିଥିଲା । ନିହାରିକା ଏକ ଆର୍ଥିକ ହେରଫେର ମାମଲାରେ ହରିୟାଣାର ଏକ ଜେଲରେ ଥିଲେ । ସେଠି ଅଙ୍କୁର ନାମକ ଜଣେ ବ୍ୟକ୍ତି ସହ ସମ୍ପର୍କ ଗଢ଼ି ଉଠିଥିଲା । ତାସହ ବେଙ୍ଗାଲୁରୁରେ ଭେଟେନାରୀ ଡାକ୍ତର ନିଖିଲଙ୍କ ସହ ବି ତାଙ୍କ ସମ୍ପର୍କ ଥିଲା ।

କିଛି ଦିନ ତଳେ ସ୍ୱାମୀଙ୍କୁ ୮ କୋଟି ଟଙ୍କା ମାଗିଥିଲେ ନିହାରିକା । ଟଙ୍କା ଦେବାକୁ ସଫା ସଫା ମନା କରି ଦେବା ପରେ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଦ୍ୱିତୀୟ ପତ୍ନୀ । ନିଜ ଦୁଇ ବୟଫ୍ରେଣ୍ଡ୍ ନିଖିଲ ଓ ଅଙ୍କୁର୍‌ଙ୍କୁ ଡାକିଥିଲେ ହାଇଦ୍ରାବାଦ୍ । ଗତ ୨୯ ତାରିଖ ରାତିରେ ହାଇଦ୍ରାବାଦ୍ ଓପଲ ସ୍ଥିତ ନିଜ ଘରେ ହତ୍ୟା ପରେ ତିନି ଜଣ ମର୍ସିଡିଜ୍ ସହ କର୍ଣ୍ଣାଟକ ଆଡ଼କୁ ଯାଇଥିଲେ ।

କୋଡାଗୁ ଜଙ୍ଗଲରେ ଥିବା କଫି ପ୍ଲାଣ୍ଟରେ ମୃତଦେହକୁ ଜାଳି ସେଠୁ ଫେରାର ହୋଇଥିଲେ। ଓ ପରେ ରମେଶଙ୍କ ୮ କୋଟିରୁ ଅଧିକ ଟଙ୍କା ନେଇ ଦୁଇ ବୟଫ୍ରେଣ୍ଡ ବେଙ୍ଗାଲୁରୁ ଫେରିଥିବା ବେଳେ ନିହାରିକା ନିଖୋଜ ଖବର ଦେଇଥିଲେ ।