Advertisment

Tragic Incident: ସ୍ତ୍ରୀ କରିଦେଲା ଆତ୍ମହତ୍ୟା, ନଈ ମଝିରେ ନେଇ ଫିଙ୍ଗିଦେଲା ସ୍ୱାମୀ

ଏକ ସାମାନ୍ୟ ଘଟଣାରୁ ବଚସା । ବଚସା ନେଲା ଉଗ୍ର ରୂପ । ମାଡ଼ ମାରିଲା ସ୍ୱାମୀ । ସ୍ତ୍ରୀ କରିଦେଲା ଆତ୍ମହତ୍ୟା । ଶବକୁ ନେଇ ମଝି ନଈରେ ଫିଙ୍ଗିଦେଲା ସ୍ୱାମୀ । ପରଦିନ ଥାନାରେ ଦେଲା ମିଛ ଏତଲା । କହିଲା ସ୍ତ୍ରୀ ଘରୁ ନିଖୋଜ ହୋଇଯାଇଛନ୍ତି । ହେଲେ ପୋଲିସ୍….

police

police

Advertisment

ଉତ୍ତର ପ୍ରଦେଶର ଆମରୋହାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ଉପରେ ବିରକ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ପ୍ରକୃତରେ ସ୍ତ୍ରୀ ମନା କରିବା ସତ୍ତ୍ୱେ ସ୍ୱାମୀ ଘରେ କୁକୁଡ଼ା ରାନ୍ଧୁଥିଲେ। ସ୍ତ୍ରୀ ଏହାକୁ ପସନ୍ଦ କରି ନଥିଲେ ଏବଂ ସେ ଏତେ ବଡ଼ ପଦକ୍ଷେପ ନେଇଥିଲେ। ଏବେ ମହିଳାଙ୍କ ବାପାମାଆଙ୍କ ପକ୍ଷର ଲୋକମାନେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ତାଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଏହି ମାମଲାଟି ଉତ୍ତର ପ୍ରଦେଶର ଆମରୋହାର ରେହରା ପୋଲିସ ଷ୍ଟେସନ ଅଞ୍ଚଳର । ୨୧ ବର୍ଷୀୟା ରୀନା ମେହରପୁର ଭାଂଶୀ ୱାଲାର ବାସିନ୍ଦା ନିଗମ ସିଂହଙ୍କୁ ବିବାହ କରିଥିଲେ। ଅଗଷ୍ଟ ୨୦ ତାରିଖରେ ସ୍ୱାମୀ ନିଗମ ସିଂହ ପୋଲିସରେ ରୀନାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲା ଏବଂ ଦାବି କରିଥିଲା ଯେ ତା ସ୍ତ୍ରୀ ଘରୁ ନିଖୋଜ ହୋଇଯାଇଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

ପୋଲିସ ଅଧିକାରୀ ଦୀପ କୁମାର ପନ୍ଥ କହିଛନ୍ତି ଯେ ନିଗମ ଘରେ କୁକୁଡ଼ା ରାନ୍ଧୁଥିଲେ ଏବଂ ମଦ ଆଣିଥିଲେ। କୁକୁଡ଼ା ରାନ୍ଧିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହା ପରେ ନିଗମ ରୀନାଙ୍କୁ ମାଡ଼ ମାରିଥିଲା। ଏହା ପରେ ରୀନା ଅଗଷ୍ଟ ୨୦ ତାରିଖରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ସ୍ୱାମୀ ସମ୍ପର୍କୀୟଙ୍କ ସହାୟତାରେ ରୀନାଙ୍କ ମୃତଦେହକୁ ବାନ୍ଧି ଗଙ୍ଗାରେ ଫିଙ୍ଗି ଦେଇଥିଲା ଏବଂ ପରଦିନ ଯୋଜନା ଅନୁଯାୟୀ ରାହରା ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲା।

Advertisment

ରୀନାଙ୍କ ବାପାମାଆ ତାଙ୍କ ସ୍ୱାମୀଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ପରେ ପୋଲିସ ସ୍ୱାମୀକୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଅଭିଯୁକ୍ତ ସ୍ୱାମୀ ସହିତ ଗଙ୍ଗା ନଦୀରେ ମୃତଦେହ ଖୋଜିଥିଲା ​​କିନ୍ତୁ କୌଣସି ସ୍ଥାନରେ ପାଇନଥିଲା। ପୋଲିସ ଏବେ ବି ମୃତଦେହ ଖୋଜୁଛି। ପୋଲିସ ସ୍ୱାମୀ ସମେତ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: ୧୧ ବର୍ଷର ପୁଅ ସହିତ ୧୩ ମହଲାରୁ ଡେଇଁ ପଡ଼ିଲା ମାଆ, ଜୀବନ ଜୀଇଁବା ପାଇଁ ଲଢ଼ିବା ଶିଖ 

Advertisment
Dead Body Crime News River Ganga Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ