Advertisment

Kapil Sharma:କାହିଁକି ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ କପିଲ ଶର୍ମା...ଜାଣନ୍ତୁ କଣ ରହିଛି କାରଣ ?

କପିଲ ଶର୍ମା ସଫଳତାର ଶୀର୍ଷରେ ଅଛନ୍ତି । ବଲିଉଡର ବଡ଼ ବଡ଼ ଷ୍ଟାରଙ୍କୁ ସେ ନିଜ ଶୋ’କୁ ଡାକନ୍ତି । କପିଲ ଅନେକ ବଡ଼ ଆୱାର୍ଡ ଫଙ୍କସନକୁ ମଧ୍ୟ ହୋଷ୍ଟ କରିଛନ୍ତି। କପିଲଙ୍କ ଏହି ସଫଳତାକୁ ଦେଖି ଲରେନ୍ସ ଗ୍ୟାଙ୍ଗ ମୋଟା ଅଙ୍କର ଅର୍ଥ ତାଙ୍କ ଠାରୁ ଆଦାୟ କରିବାକୁ ଚେଷ୍ଟା କରୁଛି

Kapil Sharma

Kapil Sharma

Advertisment

କାନାଡାର ସହର ସୁରେରେ ଥିବା କପିଲ ଶର୍ମାଙ୍କ କାଫେ (Kaps Cafe) ଉପରେ ପୁଣିଥରେ ଗୁଳିମାଡ଼ । ଗୋଟିଏ ମାସ ମଧ୍ୟରେ କପିଲ ଶର୍ମାଙ୍କ ସୁରେରେ ଥିବା Kaps Cafe ଉପରେ ଦ୍ୱିତୀୟ ଥର ପାଇଁ ଗୁଳି ମାଡ଼ ହୋଇଛି । ଏହାପରେ ଅନେକ ପ୍ରଶ୍ନ ଉଠୁଛି।

Advertisment

ଯେପରି ଲରେନ୍ସ ବିଷ୍ଣୋଇ କାହିଁକି କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରିଛନ୍ତି ? ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାହିଁକି କପିଲ ଶର୍ମାଙ୍କୁ ଧମକ ଦିଆଯାଇଛି? Kaps Cafe ରେ ହୋଇଥିବା ଗୁଳିଚାଳନାରେ କାହାରି ଆହତ ହେବାର କୌଣସି ସୂଚନା ନାହିଁ, ଏହାର ଉଦ୍ଦେଶ୍ୟ କାହାକୁ ମାରିବା ନୁହେଁ ବରଂ କପିଲ ଶର୍ମାଙ୍କୁ ଭୟଭୀତ କରିବା।

ଏଥର କାଫେ ଉପରେ ଗୁଳିଚାଳନା ପାଇଁ ଦାୟୀ ରହିଛନ୍ତି ଲରେନ୍ସ ବିଷ୍ଣୋଇ ଆଲାଏନ୍ସ ଅର୍ଥାତ୍ ଗୋଲ୍ଡି ଢିଲ୍ଲୋନ, ଅଙ୍କିତ ଶେରେୱାଲା, ଜିତେନ୍ଦ୍ର ଗୋଗୀ ମାନ ଗ୍ରୁପ, କାଳା ରାଣା, ଆରଜୁ ବିଷ୍ଣୋଇ, ହରି ବକ୍ସର, ଶୁଭମ ଲୋଙ୍କର ଏବଂ ସାହିଲ ଦୁହାନ ପେଟୱାଡ଼ ନେଇଛନ୍ତି।

Advertisment

ଏବେ ପ୍ରଶ୍ନ ଉଠୁଛି ଯେ ଅଭିନେତା ତଥା ପ୍ରସିଦ୍ଧ କମେଡିଆନ କପିଲ ଶର୍ମା କାହିଁକି ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି?

କୃଷ୍ଣମୃଗ ଶିକାର ମାମଲାରେ ସଲମାନଙ୍କୁ ଲରେନ୍ସ ଗ୍ୟାଙ୍ଗ ନିଜର ଟାର୍ଗେଟରେ ରଖିଛି। ଅନେକ ଥର ସଲମାନଙ୍କ ଘରର ରେକି କରାଯାଇଛି। ସେହିପରି କିଛି ସମୟରୁ ସଲମାନଙ୍କ ସହ କପିଲଙ୍କର ସମ୍ପର୍କ ରହିଆସିଛି। ଏହା ଲରେନ୍ସ ଗ୍ୟାଙ୍ଗକୁ ପସନ୍ଦ ହେଉନାହିଁ।

Advertisment

କପିଲ ଶର୍ମା ସଫଳତାର ଶୀର୍ଷରେ ଅଛନ୍ତି । ବଲିଉଡର ବଡ଼ ବଡ଼ ଷ୍ଟାରଙ୍କୁ ସେ ନିଜ ଶୋ’କୁ ଡାକନ୍ତି । କପିଲ ଅନେକ ବଡ଼ ଆୱାର୍ଡ ଫଙ୍କସନକୁ ମଧ୍ୟ ହୋଷ୍ଟ କରିଛନ୍ତି। କପିଲଙ୍କ ଏହି ସଫଳତାକୁ ଦେଖି ଲରେନ୍ସ ଗ୍ୟାଙ୍ଗ ମୋଟା ଅଙ୍କର ଅର୍ଥ ତାଙ୍କ ଠାରୁ ଆଦାୟ କରିବାକୁ ଚେଷ୍ଟା କରୁଛି । ଧମକ ପୋଷ୍ଟରେ ଆରଜୁ ବିଶ୍ନୋଇଙ୍କ ନାମ ଅଛି, ଯିଏ ଗ୍ୟାଙ୍ଗ ପାଇଁ ଟଙ୍କା ଆଦାୟ କରନ୍ତି ।

ଗୋଟିଏ ରିପୋର୍ଟରେ ମଧ୍ୟ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ହୁଏତ D କମ୍ପାନୀକୁ ଫଲୋ କରୁଛି ।ପୂର୍ବରୁ ଏହି ଗ୍ୟାଙ୍ଗ ପଞ୍ଜାବର ଅଭିନେତା ଓ ଗାୟକମାନଙ୍କୁ ବଟି ପାଇଁ ଟାର୍ଗେଟ କରୁଥିଲା। କିନ୍ତୁ ଏବେ କପିଲ ଶର୍ମାଙ୍କ ମାଧ୍ୟମରେ ବଲିଉଡରେ ପ୍ରବେଶ କରିବାର ଚେଷ୍ଟା କରୁଛି।

ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କପିଲ ଶର୍ମାଙ୍କୁ ଧମକ ଦିଆଯାଇଥିବା ପୋଷ୍ଟରେ ଶୁଭମ ଲୋଙ୍କରଙ୍କ ନାମ ଅଛି। ଶୁଭମ ଲୋଙ୍କର ଲରେନ୍ସଙ୍କର ନିକଟତମ ଭାବେ ଗଣାଯାଏ। ଶୁଭମ ଲୋଙ୍କର ହିଁ ବାବା ସିଦ୍ଦିକୀଙ୍କ ହତ୍ୟା କରିଥିଲେ। ଗ୍ୟାଙ୍ଗ ଶୁଭମ ଲୋଙ୍କରଙ୍କ ନାମରେ କପିଲ ଶର୍ମାଙ୍କୁ ଭୟଭୀତ କରିବାର କାମ ମଧ୍ୟ କରିପାରେ, କାରଣ ଶୁଭମ ଲୋଙ୍କରଙ୍କ ନାମରେ ଅନେକ ଥର ସଲମାନ ଖାନଙ୍କୁ ମଧ୍ୟ ଭୟଭୀତ କରାଯାଇଛି।

Kapil Sharma Gangster Lawrence Bishnoi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ