Advertisment

ପର୍ଦ୍ଦା ପଛର ନେତା କିଏ, ଅମରେଶଙ୍କୁ ଫସାଇଦେଲେ ଅର୍ଚ୍ଚନା ନାଗ ?

ଗିରଫଦାରୀ ପରଠୁ କାହିଁକି ଏବେ ବଢ଼ିଛି ଅମରେଶ୍-ଅର୍ଚ୍ଚନା ଆରୋପ ପ୍ରତ୍ୟାରୋପର ଫର୍ଦ୍ଦ ? ଥରେ ନଜର ପକାନ୍ତୁ ଲକ୍ଷ୍ମୀସାଗର ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅମରେଶ ଜେନା ଦାୟର କରିଥିବା ଗତ ୨୨ ତାରିଖର ଏତଲା କପି ଉପରେ। ଯେଉଁଥିରେ ଲେଖାଯାଇଛି, ନିର୍ଦ୍ଦୋଶରେ ଯେପରି ଖଲାସ ହୋଇପାରିବେ ଏବଂ ତାଙ୍କ ସପକ୍ଷରେ ଯିବାକୁ ଅର୍ଚ୍ଚନା ଧମକ ଚମକ ଦେଉଥିଲେ। ଏପରିକି ସାହାଯ୍ୟ ବାହାନାରେ ୩୦ ହଜାର ଟଙ୍କା ଦାବି ବି କରିଥିଲେ ଅର୍ଚ୍ଚନା। କଥାରେ ରାଜି ନହେବାରୁ ମିଛ କେଶରେ ଫସାଇଦେବାକୁ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍ ଚାର୍ଟକୁ ଭାଇରାଲର ଧମକ ଦେଉଥିଲେ।

Amaresh Jena

Amaresh Jena

Advertisment

ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆଙ୍କ ଗିରଫଦାରୀ ପଛରେ କିଏ ? ଗିରଫ ପରେ କାହିଁକି ଅର୍ଚ୍ଚନା ନାଗଙ୍କ ନାଁ ନେଲେ ଅମରେଶ ? ଅର୍ଚ୍ଚନା ଏମିତି କେଉଁ ଚକ୍ରବ୍ୟୁହ ରଚନା କଲେ ଯେ, ତାଙ୍କ ନାଗ ଫାଶରେ ଅମରେଶ ପଡ଼ିଥିବା ଅଭିଯୋଗ ଉଠିଛି ? ନା ପରଦା ପଛରେ ଆଉ କାହାର ହାତ ? ଗତ ୨ ସପ୍ତାହ ହେଲା ଉଭୟଙ୍କ ମଧ୍ୟରେ ଆରୋପ୍ ପ୍ରତି ଆରୋପ ସହ CM ଦପ୍ତରରୁ ପୋଲିସ ଥାନା ଯାଏଁ କଥା ପହଞ୍ଚିଛି। ଅର୍ଚ୍ଚନା-ଅମରେଶ ବିବାଦ ଭିତରେ ଆଉ କିଏ ତୃତୀୟ ବ୍ୟକ୍ତି ନାହାଁନ୍ତି ତ ? ଏବେ ଏଭଳି ଚର୍ଚ୍ଚା ଜୋର୍ ଧରିଛି ।

Advertisment

ଦିନେ ସେ ଥିଲେ ଭାଇ...ହେଲେ ଗିରଫ ହେବା ପରେ କେମିତି ବନିଗଲେ ଭଗାରୀ ? ଦିନେ ଉଭୟଙ୍କ ମଧ୍ୟରେ ଥିଲା ଭଲ ସଂପର୍କ...ହେଲେ ହଠାତ୍ କାହିଁକି ଉଠିଲା ଝଡ଼ ? ବିଜେଡିରୁ ନିଲମ୍ବିତ ହୋଇଥିବା ଭୁବନେଶ୍ବର ମହାନଗର ନିଗମର ୪୫ ନମ୍ବର କର୍ପୋରେଟର ଅମରେଶ ଜେନା ବନାମ୍ ଅର୍ଚ୍ଚନା ନାଗ୍ କଳିର ମଞ୍ଜି ବୁଣିଲା କିଏ ? ଗିରଫଦାରୀ ପରଠୁ କାହିଁକି ଏବେ ବଢ଼ିଛି ଅମରେଶ୍-ଅର୍ଚ୍ଚନା ଆରୋପ ପ୍ରତ୍ୟାରୋପର ଫର୍ଦ୍ଦ ? ଥରେ ନଜର ପକାନ୍ତୁ ଲକ୍ଷ୍ମୀସାଗର ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅମରେଶ ଜେନା ଦାୟର କରିଥିବା ଗତ ୨୨ ତାରିଖର ଏତଲା କପି ଉପରେ। ଯେଉଁଥିରେ ଲେଖାଯାଇଛି, ନିର୍ଦ୍ଦୋଶରେ ଯେପରି ଖଲାସ ହୋଇପାରିବେ ଏବଂ ତାଙ୍କ ସପକ୍ଷରେ ଯିବାକୁ ଅର୍ଚ୍ଚନା ଧମକ ଚମକ ଦେଉଥିଲେ। ଏପରିକି ସାହାଯ୍ୟ ବାହାନାରେ ୩୦ ହଜାର ଟଙ୍କା ଦାବି ବି କରିଥିଲେ ଅର୍ଚ୍ଚନା। କଥାରେ ରାଜି ନହେବାରୁ ମିଛ କେଶରେ ଫସାଇଦେବାକୁ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍ ଚାର୍ଟକୁ ଭାଇରାଲର ଧମକ ଦେଉଥିଲେ। ଏପରିକି ମିଡ଼ିଆ ଆଗରେ ଅର୍ଚ୍ଚନା ମିଛ ବୟାନ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଅମରେଶ। କିନ୍ତୁ ଏସବୁକୁ ଅର୍ଚ୍ଚନା ଖଣ୍ଡନ କରିବା ସହ ଆଜି ପୁଣି ଦୋହରାଇ କହିଛନ୍ତି, ବାଇଁଆ ଭାଇ କରିଥିବା କୁକର୍ମ ପାଇଁ ମୋ ଉପରେ ଦୋଷ ଲଦାନଯାଉ।

୨୦୨୨ରୁ ପଲିଟିକାଲ୍ ମୈଦାନରେ ଚର୍ଚ୍ଚାରେ ଥିଲେ ଅର୍ଚ୍ଚନା। କିଏ ତାଙ୍କୁ କହିଥିଲା ଲେଡି ବ୍ଲାକମେଲର୍ ତ ଆଉ କିଏ ସଜାଇଥିଲା ହନିଟ୍ରାପ୍ କୁଇନ୍। ଏପରିକି ସ୍ବାମୀ ସହ ମିଶି ତାଙ୍କୁ ଜେଲ୍ ଯିବାକୁ ବି ପଡ଼ିଥିଲା। ଆଉ ଗତ ୧୧ ତାରିଖରେ ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହେବା ସହ ୧୨ ତାରିଖରେ ମିଡ଼ିଆ ସାମ୍ନାକୁ ଆସି ଅର୍ଚ୍ଚନା ବର୍ଷିଥିଲେ ଅନର୍ଗଳ। ଅନ୍ୟ ନେତା ଓ ପୋଲିସ ଅଫିସରଙ୍କ ସହ କର୍ପୋରେଟର ଅମରେଶ ଜେନାଙ୍କ ନାଁ ବି ନେଇଥିଲେ। ଏପରିକି ଗତ ୧୮ ତାରିଖରେ ଅମରେଶ ଜେନାଙ୍କ ନାଁରେ ଧମକ ଚମକ ଦେଉଥିବା ନେଇ ଡିସିପି ଅଫିସରେ ପାଲଟା ଏତଲା ଦେଇଥିଲେ ଅର୍ଚ୍ଚନା।

Advertisment

ତେବେ ଅର୍ଚ୍ଚନା-ଅମରେଶ ବିବାଦ ବ୍ୟକ୍ତିଗତ ନା ରାଜନୈତିକ ଷଡ଼ଯନ୍ତ୍ର ? ଅମରେଶଙ୍କ ବଢୁଥିବା ପତିଆରା ଏବଂ ଲୋକପ୍ରିୟତା ପାଇଁ ଦିନେ ନା ଦିନେ ଏଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରୁଥିବା କଥା କହିଛନ୍ତି ଅମରେଶଙ୍କ ପତ୍ନୀ। ତା’ସହ ରାଜନୈତିକ ଷଡ଼ଯନ୍ତ୍ର ଦିଗକୁ ବି ଇସାରା କରିଛନ୍ତି।

ଯଦି ଏକଥା ସତ, ତା’ହେଲେ କିଏ ସେହି ରାଜନେତା, ଯିଏ ପର୍ଦ୍ଦା ପଛରେ ରହି ଷଡ଼ଯନ୍ତ୍ର ରଚି ଅମରେଶ ଜେନାଙ୍କୁ ଫସାଇ ଦେଇଛନ୍ତି ? ଅର୍ଚ୍ଚନା-ଅମରେଶ କଳି ଭିତରେ ରାଜନୈତିକ ଗୋଟି ଚାଳନା କରୁଥିଲେ କିଏ ସେ ନେତା ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ଅର୍ଚ୍ଚନା-ଅମରେଶଙ୍କ ଏତଲା ଆଧାରରେ ପରସ୍ପର ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ଲକ୍ଷ୍ମୀସାଗର ପୋଲିସ। 

Advertisment
Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ