Balasore Case
ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଖୋଜ ଶିଶୁପୁତ୍ର ହେଲା ରାଇପୁର ଗାଁର ମୋହନ ସାହୁଙ୍କ ପୁଅ ଶୁଭମ୍ ।
ଶୁଭମ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି । ପରିବାର ଲୋକ ଓ ଗ୍ରାମବାସୀ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏପରିକି ପୋଲିସ, ଅଗ୍ନିଶମ ବାହିନୀ ବି ପାଖରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ତଥାପି ପତ୍ତା ମିଳିନଥିବା ସୂଚନା ମିଳିଛି ।
ଏ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି । ଡଗ୍ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନ ଚିହ୍ନଟ କରିଥିବା ବେଳେ ସନ୍ଧାନୀ କୁକୁର ଘର ଠାରୁ ସିଧା ଆସି ରେଳଷ୍ଟେସନ ଯାଏଁ ଯାଇଥିଲା ।
ବହୁତ ଖୋଜାଖୋଜି ସତ୍ତ୍ବେ ବାଲେଶ୍ବର ଜିଲ୍ଲା ସୋର ଥାନା ରାଇପୁରରୁ ନିଖୋଜ ହୋଇଥିବା ଶିଶୁର ପତ୍ତା ମିଳୁନି । ଗତକାଲି ଠାରୁ ଏହି ୩ ବର୍ଷର ଶିଶୁର କୌଣସି ଖୋଜଖବର ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704166300.jpg)