Advertisment

ଦୋଷୀକୁ ଧରାଇଲା କାଠ ଟେବୁଲ

ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN  EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି।

Berhampur's Wooden Table

Berhampur's Wooden Table

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ବାର୍ ଆସୋସିଏସନରେ ସାଇତି ରଖାଯାଇଥିବା ଟେବୁଲରେ ଲୁଚି ରହିଛି ଅନେକ ରହସ୍ୟ। କାଠରେ ତିଆରି ସାଧାରଣ ଟେବୁଲଟିଏ ପରି ଲାଗୁଛି, ହେଲେ ଏହା ପଛରେ ଲୁଚି ରହିଛି ଏକ ଗୁଢ ରହସ୍ୟ। ୮୪ ବର୍ଷ ତଳେ ବ୍ରହ୍ମପୁର ସହରରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ହେଉଛି ଏକମାତ୍ର ଟେବୁଲ। ୧୯୩୭ ମାର୍ଚ୍ଚ ୨୩ ତାରିଖ ପୁରୀ ଷ୍ଟେସନରୁ ମିଳିଥିଲା ଏକ ଟ୍ରଙ୍କ। ଦାବିଦାର ନଥିବାରୁ ପୋଲିସ ଟ୍ରଙ୍କଟିକୁ ଜବତ କରି ଖୋଲିବା ପରେ ସେଥିରୁ ମିଳିଥିଲା ଏକ ଖଣ୍ଡବିଖଣ୍ଡିତ ମୃତଦେହ। ମୃତକ ଥିଲେ ଆନ୍ଧ୍ର ଶ୍ରୀକାକୁଲମର କେ. ନାକା ରାଜୁ।

Advertisment

ତଦନ୍ତରୁ ଜଣାପଡିଥିଲା ଯେ, ବ୍ରହ୍ମପୁରର ପାକାଲା ନାରାୟଣସ୍ବାମୀ, ନାକା ରାଜୁଙ୍କଠାରୁ ଧାର ନେଇଥିଲେ ୩ ହଜାର ଟଙ୍କା। ଆଉ ଧାର ଟଙ୍କା ଅସୁଲ କରିବାକୁ ବ୍ରହ୍ମପୁର ଆସି ନିଖୋଜ ହୋଇଯାଇଥିଲେ ନାକା। ମୃତଦେହ ଥିବା ଟ୍ରଙ୍କକୁ ଅଭିଯୁକ୍ତ ପାକଲା ନାରାୟଣସ୍ବାମୀ ବ୍ରହ୍ମପୁର ଭୋଇରିଆ ବଜାରରୁ କିଣିଥିବା ତଦନ୍ତରୁ ଜଣାପଡିଥିଲା। ମୃତ ନାକା ରାଜୁଙ୍କ ପତ୍ନୀଙ୍କ ବୟାନ ଓ ଟିଣ ବାକ୍ସକୁ ପ୍ରମାଣ ଭାବେ ନେଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ତେବେ ପ୍ରତ୍ୟକ୍ଷସାକ୍ଷୀ ନଥିବାରୁ ପରେ କୋର୍ଟ ପାକଲା ସ୍ୱାମୀକୁ ଦୋଷମୁକ୍ତ କରିଥିଲେ। ଏହା ପରେ ପାକଲା ବ୍ରହ୍ମପୁରରେ ଏକ ବଡ ଭୋଜିର ଆୟୋଜନ କରିଥିଲେ। 

ବାଣ ଫୁଟାଇ ଭୋଜି ଭାତ କରୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ଜିଲ୍ଲା ଜଜ୍, ଏସଂପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ନିଜ ତରଫରୁ ମାମଲାକୁ ପୁଣି ଖୋଲିଥିଲେ। ପାକଲା ସ୍ୱାମୀ ଏକ ଟେବୁଲ ଉପରେ ନାକା ରାଜୁକୁ ହତ୍ୟାକରି ଖଣ୍ଡ ଖଣ୍ଡ କରିଦେବା ସହ ଟ୍ରଙ୍କରେ ରଖି ଟ୍ରେନ୍‌ରେ ପୁରୀ ପଠାଇ ଦେଇଥବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଦୋଷୀ ସାବ୍ୟସ୍ତ ପରେ ପାକଲା ସ୍ୱାମୀଙ୍କୁ ଆଜୀବନ ସଜା କାଟିବାକୁ କଳାପାଣି ପଠାଇ ଦିଆଯାଇଥିଲା। ଏଭଳି ଏକ ବିରଳ ମାମଲାର ମୁଖସାକ୍ଷୀ ହୋଇଥିବା ଏହି ଟେବୁଲକୁ ଏଯାଏଁ ସଯତ୍ନେ ସାଇତି ରଖାଯାଇଛି। 

Advertisment

ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN  EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି।

Odisha Law Trunk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ