Mafia
ପାକା ଘରେ ଚଢ଼ିଲା ବୁଲଡୋଜର । ମାଟିରେ ମିଶିଗଲା ନିଶା ମାଫିଆର ଘର । ନିଶା ବେପାରୀ କୃଷ୍ଣଚନ୍ଦ୍ର ନାଥ ଓରଫ ପାକାର ଘର ଉପରେ ଚାଲିଲା ବୁଲ୍ଡୋଜର । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଥିଲା ପାକାର ଘର । ସେହି ଘର ଉପରେ ପ୍ରଶାସନ ଆଜି ବୁଲ୍ଡୋଜର୍ ଚଳାଇଛି । ପାକା ନାଁରେ ଲିଖିତ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି । ପାକା ନାଁରେ ଏକାଧିକ ଅପରାଧିକ ମାମଲା, ନିଶା କାରବାର ମାମଲା ରହିଛି । ତା ନାଁରେ ମଞ୍ଚେଶ୍ୱର, ଇନୋଫୋସିଟି, ଚନ୍ଦ୍ରଶେଖରପୁର ଆଦି ଥାନାରେ ଅନେକ ମାମଲା ରହିଛି ।
ଆଗରୁ ବି ସେ ଜେଲ୍ ଯାଇଥିଲା । ଜେଲ୍ରୁ ଫେରିବା ପରେ ବି ଅପରାଧ ଜଗତରେ ସେ ସକ୍ରିୟ ରହିଛି । ସରକାରୀ ଜାଗାରେ ବେଆଇନ ଭାବେ ଅର୍ଜିତ ସଂପତ୍ତିରୁ ଘର କରିଥିବାରୁ କୃଷ୍ଣଚନ୍ଦ୍ର ନାଥର ଘର ଉପରେ ବୁଲଡୋଜର ଚଲାଇ ତାକୁ ଭାଙ୍ଗି ଦେଇଛି ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mafia_1657626719.jpg)