Advertisment

ପୋଲିସକୁ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ; ଥାନାରେ ପଢ଼ାଇଲେ ଆଇନର ପାଠ

ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Woman in Inebriated

Woman in Inebriated

Advertisment

ଥାନାରେ ପୋଲିସକୁ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ। ଭୁବନେଶ୍ବର ଖଣ୍ଡଗିରି ଥାନାରୁ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣଙ୍କ ପୋଲିସ ଅଧିକାରୀ ଜଣଙ୍କୁ ଦୁର୍ବ୍ୟହାର କରିବା ସହ ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି । 

Advertisment

ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି। ଏପରିକି ପୋଲିସ୍ ଅଧିକାରୀ ଜଣଙ୍କୁ ମହିଳା ଜଣଙ୍କ ପାଣି ବୋତଲ ଖୋଲି ତାଙ୍କୁ ପିଇବାକୁ ଦେବାକୁ କହୁଥିବା ଦେଖିବାକୁ ମିଳୁଛି। 

ଏହି ଘଟଣା ପରେ ପୋଲିସ କମିଶନର ଥାନାକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ଏଭଳି ବ୍ୟବହାର କରିଥିଲେ ତାର ଖୋଳତାଡ଼ କରିଛନ୍ତି। ଏଥିସହ ପୋଲିସ ପ୍ରତି ଦୁର୍ବ୍ୟବହାର ଅଭିଯୋଗକୁ ନେଇ ସଂପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।

Advertisment

ତେବେ ଏହି ଘଟଣାରେ ସଂପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ସହ ସଂପୃକ୍ତ ମହିଳାଙ୍କୁ ନୋଟିସ କରି ଛାଡ଼ିଛି ପୋଲିସ । ଘଟଣା ନେଇ ଭୁବନେଶ୍ବର ଡିସିପି କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ, କାର୍ଯ୍ୟାନୁଷ୍ଠାନ ହେବ ।

Viral Video Police Station Inebriated
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ