crime
ଏତଲା ଦେବାରୁ ପିଟି ପିଟି ମାରିଦେଲେ । ଥାନାରେ ଅଭିଯୋଗ କରିବାରୁ ଗାଁ ଲୋକଙ୍କ ରାଗର ଶିକାର ହେଲେ ମହିଳା । ଗୁଣି ସନ୍ଦେହରେ ୪ ଜଣଙ୍କୁ ମାଡ଼ ମାରିବା ଘଟଣାରେ ଏତଲାକାରୀକୁ ହତ୍ୟା କରାଯାଇଛି । କବିସୂର୍ଯ୍ୟନଗର ଥାନା ମାଧିଆପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ଲୋକଙ୍କୁ ପ୍ରେତାତ୍ମା ଲାଗିଥିଲା। ଗାଁର ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ପ୍ରେତାତ୍ମା ଲାଗିଥିବା ଲୋକଟି ଗ୍ରାମବାସୀଙ୍କୁ କହିଥିଲା। ଏପରିକି ସେମାନଙ୍କ ନାଁ ମଧ୍ୟ କହିଥିଲା । ଗ୍ରାମବାସୀ ମଧ୍ୟ ପ୍ରେତାତ୍ମା କଥାକୁ ବିଶ୍ୱାସ କରିଥିଲେ ।
ଅଧିକ ପଢ଼ନ୍ତୁ: ପୁଅ ସାଜିଲା ଯମଦୂତ; ଛେଳି ପାଇଁ ବାପାଙ୍କୁ ପିଟି ପିଟି ମାରିଦେଲା
ଯେଉଁ ୪ ଜଣଙ୍କ ନାଁ ପ୍ରେତାତ୍ମା ଲାଗିଥିବା ଲୋକଟି କହିଥିଲା, ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଉଠାଇ ଆଣି ଗ୍ରାମବାସୀ ନିର୍ଧୂମ ମାଡ଼ ମାରିଥିଲେ । କବିସୂର୍ଯ୍ୟନଗର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ।
ତେବେ ୪ ଜଣ ମେଡିକାଲ ଯିବା ପରେ ଜଣେ ଆହତଙ୍କ ପତ୍ନୀ ଏନେଇ ଥାନରେ ଏତଲା କରିଥିଲେ । ସ୍ୱାମୀ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ପାଇଁ ଅଭିଯୋଗ କରିଥିଲେ । ସେ କାହିଁକି ଏତଲା ଦେଲେ ବୋଲି କହି ମହିଳାଙ୍କୁ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/crime_1666855458.jpg)