Advertisment

ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ମାଓମାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Village Guard Shot Dead By Maoists

Village Guard Shot Dead By Maoists

Advertisment

ରାୟଗଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ମୃତ ଗ୍ରାମରକ୍ଷୀଙ୍କ ନାଁ ସନ୍ତୋଷ କୁମାର।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଟିକରପଡ଼ା ଗାଁକୁ ଆସି ଗ୍ରାମରକ୍ଷୀ ସନ୍ତୋଷଙ୍କୁ ଡାକି ନେଇଥିଲେ। ଏହାପରେ ମାଓମାଦୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ। ମୃତଦେହ ନିକଟରେ ୨ଟି ହାତ ଲେଖା ଚିଠି ଛାଡି ଯାଇଛନ୍ତି ମାଓବାଦୀ। 

ପୋଲିସକୁ ସୂଚନା ଦେଉଥିବା ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସନ୍ତୋଷ କୁମାରଙ୍କୁ ଆମ୍ଭ ପାର୍ଟି ପକ୍ଷରୁ ଅନେକ ଥର ବୁଝା ଯାଇଛି। ଇନ୍‌ଫର୍ମର ନହେବା ପାଇଁ ତାଙ୍କୁ କୁହାଯାଇଥିଲା।’ ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 

Advertisment
Maoists Rayagada Village Guard Shot Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ