ଭିଜିଲାନ୍ସ ପଞ୍ଝାରେ ୩ ଜଣ ପ୍ରଥମ ଶ୍ରେଣୀ ଅଫିସର : ରେଡ୍ ପରେ ଜବତ ହେଲାଣି ୨୨ ଲକ୍ଷରୁ ଅଧିକ ଟଙ୍କା

ଭିଜିଲାନ୍ସ ପଞ୍ଛାରେ ୩ ପ୍ରଥମ ଶ୍ରେଣୀ ଅଧତ୍କାରୀ ଗିରଫ । ଗତକାଲି ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧତ୍କାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଜଣଙ୍କ ଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି

Representational image

News Summary

ଗତକାଲି RO ନରୋତ୍ତମ ବେହେରାଙ୍କ ନିକଟରୁ ୮୯ ହଜାର ଜବତ ହୋଇଥିଲା

ଆଜି ଘରୁ ମିଳିଛି ଆହୁରି ୯ଲକ୍ଷ ୨୫ ହଜାର

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ୩ ପ୍ରଥମ ଶ୍ରେଣୀ ଅଧକାରୀ । ବଡ଼ ବାବୁଙ୍କ ଠାରୁ ବିଡ଼ା ବିଡ଼ା ଟଙ୍କା ପାଇବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି  । ଗତକାଲି ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧତ୍କାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଜଣଙ୍କ ଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି ।

ତେବେ ତିନି ଅଧିକାରୀଙ୍କ ଗିରଫ ନେଇ ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ । ସେମାନଙ୍କୁ ଠାରୁ ମୋଟ୍ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଏବେ ଅଭିଯୁକ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ସେମାନେ ବ୍ଲାକ ମନି ନେଇ ଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବାଲେଶ୍ୱର ପଲ୍ୟୁସନ୍ କଂଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧତ୍କାରୀ ନରୋତ୍ତମ ବେହେରାଙ୍କ ଠାରୁ ମୋଟ୍ ୧୦ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି । କାଲି ଟାଙ୍ଗୀ ଚେକ୍ ଗେଟ୍ ପାଖରେ ନରୋତ୍ତମଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ ହୋଇଥିଲା । ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା ।  ଆଉ ରେଡରେ ଆଜି ଆଜି ତାଙ୍କ ଘରୁ ଆଉ ୯ ଲକ୍ଷ ୨୫ ହଜାର ଜବତ ହୋଇଛି ।

ସେହିପରି କେନ୍ଦୁଝର ବୈତରଣୀ ଜଳସମ୍ପଦ ଡିଭିଜନ ଯନ୍ତ୍ରୀଙ୍କ ଠାରୁ ୧୦ ଲକ୍ଷ ୭୧ ହଜାର ଜବତ ହୋଇଛି । ସେ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ୍ ବୋଲେରୋରେ ଆସୁଥିବା ବେଳେ ଯାଜପୁରରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ । ଆଉ ଯାଂଚ କରିବା ପରେ ଯନ୍ତ୍ରୀ ବିଧାନ ସାହୁଙ୍କ କାରରୁ ଗତକାଲି ୧୦ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା । ପରେ ତାଙ୍କର କଟକ ସ୍ଥିତ ବାସଭବକୁ ସର୍ଚ୍ଚ ବେଳେ  ଆଉ ୬୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସେହିପରି ରାଉରକେଲା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧିକାରୀ ପିକେ ମହାପାତ୍ରଙ୍କ ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଦା ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଆଉ ଗତକାଲି ତାଙ୍କ ଠାରୁ ୧.୭୫ ଲକ୍ଷ ଜବତ ହୋଇଥିଲା । ପରେ ତାଙ୍କର ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଥିଲା