Astrospeak
  • Live TV
  • Read In English

ନିମାପଡ଼ା ତହସିଲଦାରଙ୍କ ୫ଟି ପାନ୍ କାର୍ଡ଼ : କଳାଟଙ୍କା କାରବାର ପାଇଁ ମାଷ୍ଟର ପ୍ଲାନ୍

ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି

pan card
ଚଢ଼ାଉ ବେଳେ ୫ଟି ପାନ୍ କାର୍ଡ଼ ପାଇଲେ ଭିଜିଲାନ୍ସ ଅଧିକାରୀ

News Summary

ଚଢ଼ାଉ ବେଳେ ୫ଟି ପ୍ୟାନକାର୍ଡ଼ ପାଇଲେ ଭିଜିଲାନ୍ସ ଅଧିକାରୀ

ରାମଚନ୍ଦ୍ରଙ୍କ ଘରୁ ଭିନ୍ନ ଭିନ୍ନ ନମ୍ବର ଥିବା ୫ଟି ପ୍ୟାନ୍ କାର୍ଡ ମିଳିଲା

୫ଟି ପ୍ୟାନ୍ କାର୍ଡରେ ବାପା ନାଁ ମଧ୍ୟ ଭିନ୍ନ ଭିନ୍ନ ଥିବା ଦେଖାଯାଇଛି

୩ଟି ପ୍ୟାନ୍ କାର୍ଡରେ ଜନ୍ମବର୍ଷ ୧୯୭୦ ଥିବା ବେଳେ ଅନ୍ୟ ୨ଟିରେ ଭିନ୍ନ

ନିମାପଡ଼ା : ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏଥିସହ ପାନକାର୍ଡରେ ତାଙ୍କର ବାପାଙ୍କ ନାଁ ମଧ୍ୟ ଭିନ୍ନ ରହିଛି । ଏପରିକି ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ରହିଛି । ରାମଚନ୍ଦ୍ର ଜେନା ଚଞ୍ଚକତା କରି ଏଭଳି ପାନକାର୍ଡ ହାତେଇଥିବା ସୂଚନା ମିଳିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭୋରରୁ ଭିଜିଲାନ୍ସ ରେଡ୍ ହୋଇଥିଲା । ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଜବତ ହୋଇଥିଲା । ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତହସିଲଦାରଙ୍କ ଘରେ ରେଡ୍ ଚାଲିଛି । କଟକ ସିଡିଏ ଘର ଓ କେନ୍ଦ୍ରାପଡା ସ୍ଥିତ ଧାନମଣ୍ଡଳ ବାସଭବନରେ ମଧ୍ୟ ରେଡ୍ ହେଉଛି ।