Vigilance Raid In Battalion Commandant House
ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିଅନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଢେଙ୍କାନାଳ ଫାଷ୍ଟ ବାଟାଲିଅନର କମାଣ୍ଡାଣ୍ଟ ସୁନୀଲ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ। ଏ ସଂପର୍କରେ ଖବର ପାଇ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏହି ରେଡ୍ କରିଥିବା ଜଣାପଡ଼ିଛି। ସୁନୀଲ ବେହେରାଙ୍କ ଢେଙ୍କାନାଳ ସ୍ଥିତ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି।
ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଆଦି ୫ଟି ସ୍ଥାନରେ ରେଡ୍ ହୋଇଛି। ରେଡ୍ ବେଳେ ବାଟାଲିଅନ କମାଣ୍ଡାଣ୍ଟଙ୍କ ପାଖରୁ ୧ ଲକ୍ଷ ୩୧ ହଜାର ୫୩୩ ଟଙ୍କା ଜବତ ହୋଇଥିବାବେଳେ କଟକ ବାସଭବନରୁ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।
କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ସୁନୀଲ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍ ରେଡ୍ କରି ଖୋଳତାଡ଼ କରୁଛି। ପୂର୍ବରୁ ମଧ୍ୟ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696130254.jpg)