Vigilance nabs OSAP commandant with ill-gotten bribe money in Bhubaneswar
ବେଆଇନ୍ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି। ଢେଙ୍କାନାଳ OSAP ୧ ନମ୍ବର ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କରି ଭିଜିଲାନ୍ସ ଟିମ୍ କୋର୍ଟ ଚାଲାଣ କରିଛି।
ନିଜ ସରକାରୀ ଗାଡ଼ିରେ ୧ଲକ୍ଷ ୩୧ ହଜାର ଟଙ୍କା ଧରି ଢେଙ୍କାନାଳରୁ ଭୁବନେଶ୍ୱରକୁ ଯାଉଥିଲେ ସୁନୀଲ । ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ଖବର ପାଇ ଅଧାବାଟରେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍। କଟକ ମଧୁସୂଦନ ସେତୁ ନିକଟରୁ ୧ ଲକ୍ଷ ୩୧ ହଜାର ଟଙ୍କା ସହ ଭିଜିଲାନ୍ସ ଟିମ୍ ଧରିଥିଲା ।
କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ସୁନୀଲ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ପୂର୍ବରୁ ମଧ୍ୟ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696226679.jpg)