Bongamunda IIC Arrested
ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା IIC ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ନିକଟରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା IIC ବିନୋଦ ବିହାରୀ ଭିଜିଲାନ୍ସ ସ୍କାନରରେ ଥିଲେ। ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ୍ ସ୍ୱତନ୍ତ୍ର ଟିମ୍ ଦୀର୍ଘ ଦିନ ହେଲାଣି ତାଙ୍କ ଉପରେ ନଜର ରଖିଥିଲା। ଗତକାଲି ବିନୋଦ କାର୍ରେ ଘରକୁ ଯାଉଥିବା ବେଳେ ବରଗଡ ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ଏହି ସମୟରେ କାର୍ ଯାଞ୍ଚ ସମୟରେ ସିଟ୍ ତଳୁ ୨ ଲକ୍ଷ, ୬ ହଜାର ୨୦ ଟଙ୍କା ବାହାରିଥିଲା। ବିନୋଦ ବିହାରୀ ଉକ୍ତ ଟଙ୍କା ଧରି ନିଜ ଗାଁକୁ ଯାଉଥିଲେ।
ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? ସେନେଇ ବିନୋଦ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିଆଯାଇ ସେଠାରେ ପଚରାଉଚରା କରାଯାଇଥିଲା। ଗତ ରାତିରେ ଭିଜିଲାନ୍ସର ଏକ ଟିମ୍ ବଙ୍ଗୋମୁଣ୍ଡା ଥାନା ନିକଟରେ ଥିବା ବିନୋଦ ବିହାରୀଙ୍କ କ୍ୱାର୍ଟର୍ସରେ ଚଢଉ କରିଥିଲା।
ରାତି ସାରା ଚଢ଼ାଉ ଜାରି ରହିଥିବା ବେଳେ ସେଠାରୁ ୩ ଲକ୍ଷ ୮୦ ହଜାର ୯ ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଏତେ ଟଙ୍କା କେଉଁଠୁ ଆଣିଲେ ? କିପରି ଠୁଳ କଲେ ? ସେନେଇ ବିନୋଦ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ss_1638351063.jpg)