Advertisment

Vigilance Raid: ବାବୁଙ୍କ ଘରେ ଟଙ୍କାର ଭଣ୍ଡାର; PD ବାବୁଙ୍କ ସହ ୪ ସହଯୋଗୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।

ଅଦ୍ୟତନ ହୋଇଛି
Vigilance

Vigilance

Advertisment

ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା। ବନ୍ଧା ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହ ଶାନ୍ତନୁଙ୍କ ୪ ସହଯୋଗୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତମାନେ ହେଲେ ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ।

Advertisment

ସେମାନେ ହେଲେ ଆସିଷ୍ଟାଣ୍ଟ ଏଗ୍ରିକଲଚର୍ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି  ଅପରେଟର୍ ବିଶ୍ୱଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟକାନ୍ତ ସାହୁ ଓ ଗଞ୍ଜାମ ଜଗନ୍ନାଥପ୍ରସାଦର ଏକ ଜନସେବା କେନ୍ଦ୍ରର ମାଲିକ ଅଲେଖ ପ୍ରଧାନ।

୨ ଦିନ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶାନ୍ତୁନଙ୍କ  ଘରେ ରେଡ୍‌ କରିଥିଲା। ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ।  ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି। ଏହା ସହିତ ଆଲିସାନ୍ କୋଠା, ୪ଟି ମୂଲ୍ୟବାନ ପ୍ଲଟ, ୪୨୦ ଗ୍ରାମ ସୁନା ଅଳଙ୍କାର, ୯୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ।

Advertisment

ଶାନ୍ତନୁଙ୍କ ପାଇଁ ଲାଞ୍ଚ ଆଦାୟ କାମରେ ୪ ଜଣ ନିଯୋଜିତ ହୋଇଥିଲେ। ଅଲେଖ ପ୍ରଧାନଙ୍କ ସହ ଶାନ୍ତନୁଙ୍କର ୨୦୧୯ରୁ ସମ୍ପର୍କ ଆରମ୍ଭ ହୋଇଥିଲା। ନିୟମିତ ଭାବେ ଅଲେଖ ଲାଞ୍ଚ ଆଦାୟ କରି ଟଙ୍କା ଶାନ୍ତନୁଙ୍କ ପାଖକୁ ପଠାଉଥିଲେ।

ଉଭୟଙ୍କ ମଧ୍ୟରେ କୋଟିଏରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି। କାମ ନକରି ବିଭିନ୍ନ ପ୍ରକଳ୍ପରେ ଲେବର ଆକାଉଣ୍ଟକୁ ଟଙ୍କା ପଠାଇ ଅଭିଯୁକ୍ତମାନେ ସରକାରୀ ସମ୍ପତ୍ତି ହଡ଼ପ କରୁଥିଲେ । ଏବେ ବି ଭିଜିଲାନ୍ସ ତଦନ୍ତ ଜାରି ରହିଥିବାବେଳେ ଆଗକୁ ଶାନ୍ତନୁଙ୍କ ସମ୍ପତ୍ତି ପରିମାଣ ବଢିପାରେ।

Advertisment

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି, ମାଲକାନଗିରି ଜଳବିଭାଜିକା PDଙ୍କ ଘରେ ଆଜି ବି ରେଡ୍ ଚାଲିଛି। ୩ ଦିନ ହେଲାଣି ଚଢ଼ାଉ ଜାରି ରହିଛି।

 ସେ ଆହୁରି କହିଛନ୍ତି, ଏଯାବତ୍ ତାଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା, ୪୨୨ ଗ୍ରାମ୍ ସୁନା ମିଳିଛି। ଶାନ୍ତନୁଙ୍କ ସହ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ୩୫ଟି ଶ୍ରମିକଙ୍କ ବ୍ୟାଙ୍କ୍ ପାସବୁକ୍ ମିଳିଛି। ସରକାରୀ ଟଙ୍କା ହଡ଼ପରେ ଯେଉଁମାନେ ସହଯୋଗ କରିଥିବେ, ସେମାନେ ବନ୍ଧା ହେବେ।

ଅଧିକ ପଢ଼ନ୍ତୁ: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା।

Malkangiri Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ