Advertisment

Vigilance Arrest: ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ; ଗିରଫ ହେଲେ କୋଟିପତି ପ୍ରକଳ୍ପ ଅଧିକାରୀ

ଲକ୍ଷ୍ମୀସାଗରରେ ଗୋଟିଏ ଫ୍ଲାଟ ଥିବାବେଳେ ଆଉ ଗୋଟିଏ ଫ୍ଲାଟ ପାଇଁ ଦେଢ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ ବିଶ୍ୱଦର୍ଶୀ।

ଅଦ୍ୟତନ ହୋଇଛି
Arrested

Arrested

Advertisment

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ। ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Advertisment

ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱଦର୍ଶୀଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ବାଲେଶ୍ୱର, ଯାଜପୁର ଓ ବଣାଇ ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଚଢ଼ାଉ ବେଳେ ଠାବ ହୋଇଥିଲା ୯ଟି ପ୍ଲଟ୍। ସେଥିରେ ଭୁବନେଶ୍ୱରରେ ୭, ପୁରୀ ଓ ଖୋର୍ଦ୍ଧାରେ ରହିଛି ଗୋଟିଏ ଲେଖାଏଁ ପ୍ଲଟ୍। ସେହିପରି ଭୁବନେଶ୍ୱରରେ ଅଛି ଗୋଟିଏ ବହୁତଳ କୋଠା ଓ ୨ଟି ଫ୍ଲାଟ୍। ଏଥିରୁ ଭୁବନେଶ୍ୱର ଓଲଡ ଟାଉନ୍ ଶ୍ରୀରାମନଗରେ ଦୁଇ ମହଲା ଘର ରହିଛି। ଲକ୍ଷ୍ମୀସାଗରରେ ଗୋଟିଏ ଫ୍ଲାଟ ଥିବାବେଳେ ଆଉ ଗୋଟିଏ ଫ୍ଲାଟ ପାଇଁ ଦେଢ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ ବିଶ୍ୱଦର୍ଶୀ।

Advertisment

ଏଥିସହ ବିଶ୍ୱଦର୍ଶୀଙ୍କ ଘରେ ରେଡ୍‌ ବେଳେ ଜବତ ହୋଇଥିଲା ୧୫୦ ଗ୍ରାମ୍ ସୁନା ଓ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା। ପ୍ରକଳ୍ପ ଅଧିକାରୀ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: କୋଟିପତି ପ୍ରକଳ୍ପ ଅଧିକାରୀ; ୭ଟି ସ୍ଥାନରେ ଚଢ଼ଉ

Vigilance Vigilance Raid Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ