Acid Attack
ବିଚ୍ ରାସ୍ତାରେ ଜନଗହଳି ଭିତରେ ନାବାଳିକାଙ୍କୁ ଏସିଡ ମା଼ଡ । ସ୍ପଷ୍ଟ ଦିବାଲୋକରେ, ଏଭଳି ଛାତି ଥରାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଆଜି ସକାଳ ୯ଟାରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହାର ଭିଜୁଆଲ କଏଦ ହୋଇଛି ସିସିଟିଭିରେ ।
ଆହତ ଅବସ୍ଥାରେ ପୀ଼ଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ୧୭ ବର୍ଷୀୟ ଜଣେ ସ୍କୁଲ ଛାତ୍ରୀ ନିଜ ଭଉଣୀ ସହ ଦ୍ୱାରକାର ମୋହନ ଗାର୍ଡେନରେ ଛିଡା ହୋଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତା ଉପରକୁ ଏସିଡା ଫୋପାଡି ଚମ୍ପଟ ମାରିଥିଲେ ।
ଦୁଇ ଜଣ ଯାକ ଦୁର୍ବୁତ୍ତ ସେମାନଙ୍କ ମୁହଁ ଢାଙ୍କି ଆସିଥିଲେ । ଜଣେ ଗାଡି ଚଳାଉଥିବାବେଳେ ପଛରେ ବସିଥିବା ଯୁବକ ଜଣକ ଛାତ୍ରୀଙ୍କ ଉପରକୁ ଏସିଡ ପକାଇଥିଲେ । ବାଇକରେ ନମ୍ବର ପ୍ଲେଟ ଲାଗିନଥିଲା । ପୀ଼ଡିତାଙ୍କ ଭଉଣୀ ଦୁଇ ଜଣଙ୍କ ଉପରେ ସନ୍ଦେହ କରିଛନ୍ତି । ଏହି ଦୁଇ ଜଣଙ୍କର ପୀଡିତାଙ୍କ ସହ ଆଗରୁ ପରିଚୟ ଥିଲା ବୋଲି ପୀଡିତାଙ୍କ ଭଉଣୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ସ୍ୱାମୀ ନା ପିଶାଚ: ସ୍ତ୍ରୀକୁ ଏସିଡ୍ ପିଆଇ ମାରିଦେଲା ସ୍ୱାମୀ
ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦ୍ୱାରକା ମୋଡ଼ ପାଖରେ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଛି। ଆମ ଟିମ ପୀଡ଼ିତାଙ୍କ ସହଯୋଗ ପାଇଁ ହସ୍ପିଟାଲରେ ପହଞ୍ଚିଛି। ଝିଅକୁ ନ୍ୟାୟ ମିଳିବ। ଦିଲ୍ଲୀ ମହିଳା କମିଶନ ଦୀର୍ଘ ବର୍ଷ ହେଲାଣି ଏସିଡ୍ ବ୍ୟାନ କରିବାକୁ ଲଢ଼େଇ ଜାରି ରଖିଛି। କେବେ ସରକାର ନିଦରୁ ଉଠିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671017491.jpg)