Advertisment

ନେଲ୍ କଟର୍‌ରେ କାଟିଦେଲା ନାଗର ଦାନ୍ତ

ଭିଡିଓ ଭାଇରାଲ ହେବା ପରେ ଏବେ ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Video of torturing cobra goes viral

Video of torturing cobra goes viral

Advertisment

ନାଗକୁ ନିର୍ଯାତନା। ଜଣେ ସାପଧରାଳି ଅତି ନିର୍ଦ୍ଦୟ ଭାବେ ନେଲ୍ କଟର୍‌ରେ ସାପର ଦାନ୍ତ କାଟି ଦେଉଥିବା ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓଟି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୋଲି କୁହାଯାଉଛି। ସାପକୁ ନିର୍ଯାତନା ଦେଉଥିବା ବ୍ୟକ୍ତି ଜଣକ ବୀର ବିଶ୍ୱାଳ ବୋଲି ସୂଚନା ମିଳିଛି। 

Advertisment

ସାପକୁ ଉଦ୍ଧାର ପରେ ଜଂଗଲରେ ଛାଡିବା କଥା  କିନ୍ତୁ ବୀର ବିଶ୍ୱାଳ ସାପକୁ ଧରିବା ପରେ ଭିଡ ଭିତରକୁ ଆଣି ଅମାନୁଷିକ ଭାବେ ସାପକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଏବେ ଘଟଣା ସାମ୍ନାକୁ ଆସିଛି।

ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବଲାଙ୍ଗିର ସ୍ନେକ ହେଲପ ଲାଇନର ସଦସ୍ୟ। ଅନ୍ୟପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ରେଜଂର। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ