Balanga Case
ପୁରୀ ବଳଙ୍ଗା ନାବାଳିକାଙ୍କ ପୁଣି ହୋଇପାରେ ବୟାନ ରେକର୍ଡ । ଦିଲ୍ଲୀ AIIMS ଯାଇ ବୟାନ ରେକର୍ଡ କରିପାରେ ପୁରୀ ପୋଲିସ୍ । ବଳଙ୍ଗାରେ ନାବାଳିକା ଜାଳିବା ମାମଲାରେ କିଛି ଏଭଳି ଅପଡେଟ୍ ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସରେ ପୋଲିସ୍ ସହ କ୍ରାଇମବ୍ରାଞ୍ଚର ଅଧିକାରୀ ଯାଇ ପୀଡ଼ିତାଙ୍କ ବୟାନ ନେବେ । ପୂର୍ବରୁ ଘଟଣା ପରେ ବୟାନ ନିଆଯାଇଥିଲା ହେଲେ ଏବେ ସ୍ବାସ୍ଥ୍ୟବସ୍ଥା ସୁଧୁରିବା ପରେ ପୀଡ଼ିତାଙ୍କ ବୟାନ ବେଶ୍ ଗୁରୁତ୍ବବହନ କରୁଛି ।
ସ୍ବାସ୍ଥ୍ୟବସ୍ଥା ସୁଧୁରିବା ପରେ ପୁରା ଘଟଣା କହିପାରନ୍ତି ପୀଡ଼ିତା।... ୪ ଦିନ ତଳେ ବଳଙ୍ଗା ଅଞ୍ଚଳର ନିଜ ଗାଁ ପାଖରେ ପୀଡ଼ିତା ଅଧାପୋଡ଼ା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନଦୀ ପଠାକୁ ନେଇ ତିନି ଦୁବୃର୍ତ୍ତ ତାଙ୍କୁ ଜାଳି ଦେଇଥିବା ଅଭିଯୋଗ ଥିଲା । ଏବେ ଯାଏଁ ଜଣା ପଡିନି କିଏ ନାବାଳିକାଙ୍କୁ ଜାଳିଥିଲେ । କଣ ପାଇଁ ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିଲା । ଏଭଳି ବର୍ବରକାଣ୍ଡ ଘଟାଇବା ପଛର କାରଣ କଣ ?
ଗ୍ରାଉଣ୍ଡରେ ମାରାଥନ୍ ତନାଘନା ଓ ତଦନ୍ତ ଚାଲିଥିଲେ ବି ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ମିଳି ପାରିନି । ପୀଡ଼ିତାଙ୍କ ପରିବାର ଓ ସାଙ୍ଗଙ୍କୁ ପଚରାଉଚରା ହୋଇଛି । ସେହିପରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ବି ପଚରାଉଚରା ସରିଛି ।
ପୁରୀ ବଳଙ୍ଗାର କିଏ ସେହି ବଦମାସ, ୧୫ ବର୍ଷିୟା କିଶୋରୀ ଦେହରେ କିରୋସିନୀ ଢାଳି ଜାଳିଦେଇଥିଲେ ନିଆଁ ? ଶନିବାର ଗଲା, ରବିବାର ସରିଲା ସୋମବାର ଯାଇ ମଙ୍ଗଳବାର ହେଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତି ପୀଡ଼ିତାଙ୍କ କହିବା ଅନୁସାରେ ବୟାନ ଦେଇଥିଲେ, ୩ ଯୁବକ ନିଆଁ ଲଗାଇଦେଲେ ବୋଲି । କିନ୍ତୁ ୨ ଦିନ ହେଲା, ୮ ଜଣଙ୍କୁ ସ୍କାନରରେ ରଖି ଘଣ୍ଟାଚକଟା କରୁଛି ପୁରୀ ପୋଲିସ ।
ପୀଡ଼ିତାଙ୍କ ପିଉସୀଙ୍କ କହିବା କଥା, ଶନିବାର ସକାଳ ପ୍ରାୟ ୭ଟାରେ ଘରୁ ବିସ୍କୁଟ୍ ଖଣ୍ଡେ ଖାଇ ବାହାରି ଯାଇଥିଲେ ସଂପୃକ୍ତ ନାବାଳିକା । ଯିବାବେଳେ ଜଣେ ସଂପର୍କୀୟ ଭାଉଜଙ୍କ ନାତିକୁ ସ୍ନେହ ଆଦର କରିଥିଲେ। ତା’ପରେ ହଠାତ୍ କୁଆଡ଼େ ଗଲେ କେଜାଣି, ସକାଳ ସାଢ଼େ ୮ଟା ଭିତରେ ଖବର ଆସିଲା ନିଆଁ ଲାଗି ଝିଅ ଜଳିଯାଇଛି। କାହା ସହ କୌଣସି ସଂପର୍କ ରଖିନଥିବା ଝିଅ ସହ କ’ଣ ଘଟିଲା ଆମେ ଜାଣିପାରୁନୁ କି କାହାକୁ ସନ୍ଦେହ ବି କରିପାରୁନୁ ବୋଲି ବୟାନ ଦେଇଛନ୍ତି ପିଉସୀ ।
ତେବେ ଘଟଣା ପଛରେ ଯିଏ ଥାଉ, କାରଣ ବି ଯାହା ଥାଉ। ୪ ଦିନ ପରେ ବି ଖୁଲାସା ହୋଇପାରୁନଥିବାବେଳେ ମାମଲାକୁ ନେଇ ବଢିଚାଲିଛି ନାନା ରହସ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753179743.jpg)