UP BOY Shoot His Teachers Leg
ବୟସ ଏଇ ୧୫ କି ୧୬ ହେବ । ଯାହାକୁ ଆମେ କିଶୋର ଅବସ୍ଥା କହିଥାଉ । ଏଇ ବୟସରେ ନିଜ ଶିକ୍ଷକଙ୍କ ଗୋଡ଼କୁ ଗୁଳି ମାରି, ନିଜକୁ ଗ୍ୟାଙ୍ଗଷ୍ଟର ବୋଲି ପରିଚୟ ଦେଉଛନ୍ତି ଦୁଇ ବାଳକ । ଆଉ କହୁଛନ୍ତି, ଏଇଠି ଖେଳ ସରିନି । ଆହୁରି ୩୯ ଥର ଗୁଳି ମାରିବୁ ଶିକ୍ଷକଙ୍କୁ । ଆମର ଟାର୍ଗେଟ୍ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।
ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଗୁରୁବାର ଗିରଫ କରିଛି । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ଶିକ୍ଷକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶିକ୍ଷକଙ୍କ ନାଁ ସୁମିତ ବୋଲି ପୋଲିସ କହିଛି । ଉତ୍ତରପ୍ରଦେଶର ଆଗ୍ରାରେ ଏହି ଘଟଣା ଘଟିଛି।
ତେବେ ଘଟଣା ଏତିକିରେ ସରି ନାହିଁ । ଦୁଇ ବାଳକଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ସେମାନେ ଏବେ ବି ଧମକ ଦେଇଛନ୍ତି । କହିଛନ୍ତି ୬ ମାସ ପରେ ଆମେ ପୁଣି ଫେରିବୁ । ଆଉ ପୁଣି ଶିକ୍ଷକଙ୍କୁ ଗୁଳି କରିବୁ । ଥରେ ଗୁଳି କରିଛୁ ଆଉ ୩୯ ଥର କରିବୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696582081.jpg)