Advertisment

ଥରେ କି ଦୁଇ ଥର ନୁହେଁ, ୫ ଥର ଆବର୍ସନ ! ମା’ର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଲେଖିଲା ଚିଠି ଝିଅ

ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।

Abortion

Abortion

Advertisment

ମନୋଜ ବଂଶଲ । ବୟସ ୪୮ । ତାଙ୍କର ପତ୍ନୀ ଅନୁ । ୨୦୦୦ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛି । ତେବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ । ବର୍ତ୍ତମାନ ସମୟରେ ପରିବାରରେ ଅତି ବେଶିରେ ଗୋଟିଏ କିମ୍ବା ଦୁଇଟି ଛୁଆ ହିଁ ରହିଥାନ୍ତି । ଏଠାରେ ମନୋଜ ଏବଂ ଅନୁଙ୍କ ଦୁଇଟି ଛୁଅ ରହିଛି । ହେଲେ ଏଥିରେ ଅସୁବିଧା କେଉଁଠି ବୋଲି ଆପଣ ଭାବୁଥିବେ ।

Advertisment

ଅଜ୍ଞା ଅସୁବିଧାଟି ହେଲା ଯେ, ଗୋଟିଏ ପୁଅ ସନ୍ତାନ ପାଇବା ପାଇଁ ଅନୁଙ୍କୁ ବାରମ୍ବାର ଆବର୍ସନ କରିବାକୁ ପଡ଼ିଛି । ତାଙ୍କ ସ୍ୱାମୀ ଆବର୍ସନ ପାଇଁ ବାଧ୍ୟ ଅନେକ ଥର ବାଧ୍ୟ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି ୫ ଥର ଅନୁ ଆବର୍ସନ କରି ସାରିଛନ୍ତି । କାରଣ ଜନ୍ମ ଦେବା ପୂର୍ବରୁ ସେ ଜାଣିପାରନ୍ତି ଯେ, ତାଙ୍କର ପୁତ୍ର ସନ୍ତାନ ହେଉ ନାହିଁ । ତେଣୁ ଆବର୍ସନ ପାଇଁ ପତ୍ନୀ ଅନୁଙ୍କୁ ବାଧ୍ୟ କରନ୍ତି ମନୋଜ ।

ତେବେ ବାରମ୍ବାର ଏଭଳି ଆବର୍ସନ କରିବା ଅନୁଙ୍କ ପାଇଁ ଅସହ୍ୟ ହେଲା । ଶେଷରେ ଏହି ଦୁଃଖ ସେ କାହାକୁ ଜଣାଇବେ ସେନେଇ ଚିନ୍ତା ପଡ଼ିଲେ । କାରଣ ଅବର୍ସନ ଦ୍ୱାରା ତାଙ୍କ ଶରୀର ମଧ୍ୟ ଅସୁସ୍ଥ ହେବାକୁ ଲାଗିଲା ଯାହାକି ଅଧିକ କ୍ଷତିକାରକ ସବ୍ୟସ୍ତ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ୧୪ ଜୁନ ୨୦୧୬ରେ ଏକ ବଡ଼ ଘଟଣା ଘଟିଥିଲା । ଯାହାଫଳରେ ବାଧ୍ୟ ହୋଇ ଲତିକା (ଅନୁଙ୍କ ଝିଅ) ନିଜ ଆଈଙ୍କ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଏବଂ ପୁରା ଘଟଣା ବଖାଣିଥିଲେ ।

Advertisment

ସେହିଦିନ ଅନୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ଏକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୁନ୍‌ ୨୦ରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଅନୁଙ୍କ ମାଆ ଓମଭାତୀ ଦେବୀ, ଯିଏ କି ବୁଲନ୍ଦ ସହରର ବାସିନ୍ଦା । ସେ ଅନୁଙ୍କ ସ୍ୱାମୀ ମନୋଜ ଓ ତାଙ୍କ ପରିବାର ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମୋଟ ୭ ଜଣଙ୍କ ବିରୋଧରେ ସେ ଲିଖିତ ଏତଲା ଦେଇଛନ୍ତି । ସେଥିମଧ୍ୟରେ ରହିଛନ୍ତି ସ୍ନେହଲତା, ରାଜେଶ, ଆଭା, ପୁନମ, କୁମୁଦ, ସଞ୍ଜୟ ମିତ୍ତଲ ଏବଂ ଆକାଶ ।

ଏହି ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ । ଆଉ ସେଥିରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲେ ।

Advertisment
Crime Against Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ