Advertisment

ଯୌତୁକରେ ସ୍କର୍ପିଓ ଆଣିଲେନି ସ୍ତ୍ରୀ; ସ୍ୱାମୀ ଦେଲା ତିନି ତଲାକ୍‌

ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ ।

ଅଦ୍ୟତନ ହୋଇଛି
Triple Talaq

Triple Talaq

Advertisment

ଦେଶରେ ତିନି ତଲାକ ବେଆଇନ ଘୋଷଣା ହେବା ପରେ ମଧ୍ୟ ଏପରି ମାମଲା କମିବାର ନାଁ ଧରୁନି। ୫ବର୍ଷ ତଳୁ ଏହାକୁ ବେଆଇନ ଘୋଷଣା କରାଯାଇଥିଲେ ସୁଦ୍ଧା ଏଯାବତ ତିନି ତଲାକ ନେଇ ଅନେକ ମାମଲା ସାମନାକୁ ଆସୁଛି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦ୍ରା ଅଂଚଳରେ ଯେଉଁଠି ଯୌତୁକରେ ସ୍କର୍ପିଓ କାର ନମିଳିବାରୁ ପତ୍ନୀକୁ ତିନି ତଲାକ ଦେଇଛନ୍ତି ସ୍ୱାମୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ।

Advertisment

ସୂଚନା ଅନୁସାରେ ୨୦୧୫ମସିହାରେ ମୁସଲିମ ପ୍ରଥା ଅନୁସାରେ ବିବାହ ସଂପନ୍ନ ହୋଇଥିଲା । ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ । ୫ଜଣ ଦିଅର ମଧ୍ୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଦାବି ମୁତାବକ ଆହୁରି ଅଧିକ ଯୌତୁକ ନଦେବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

ମହିଳାଙ୍କ ସ୍ୱାମୀ ଏକ ସ୍କର୍ପିଓ କାର ଆଣିବା ପାଇଁ ବାଧ୍ୟ କରିବାରୁ ସେ ବାପ ଘରେ ଥିଲେ। ମାତ୍ର ତାଙ୍କ ସ୍ୱାମୀ ତାଙ୍କୁ ତିନି ତଲାକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଥାନାରେ ଅଭିଯୋଗ କରିବା ସହ ମହିଳା ଜଣଙ୍କ ତାଙ୍କ ଶାଶୂଘର ଲୋକଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Advertisment
Triple Talaq Uttarpradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ