Advertisment

ସଇତାନ୍ ପୁଅ...ଅନଲାଇନ୍ ଗେମ୍ ଖେଳି କରିଥିଲା ଋଣ...ସୁଝିବାକୁ ମା’କୁ କଲା ହତ୍ୟା

ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ୫୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ।

ଅଦ୍ୟତନ ହୋଇଛି
Son Killed Mother

Son Killed Mother

Advertisment

ଯୁବଗର୍ଗଙ୍କୁ ଘାରିଛି ଅନଲାଇନ ଗେମ୍ ନିଶା। ଏହାକୁ ନେଇ ଅନେକ ସମୟରେ ହତ୍ୟା ଓ ଅପରାଧ ଘଟୁଥିବାର ଆମେ ଦେଖୁଛେ। ହେଲେ ଏହି ଗେମ୍ ପାଇଁ ଜଣେ ଯୁବକ ନିଜ ମା’କୁ ହତ୍ୟା କରିଛନ୍ତି। ଗେମ୍ ଖେଳିବା ପରେ ତାଙ୍କୁ ୪ଲକ୍ଷ ଟଙ୍କାର ଋଣ ପରିଶୋଧ କରିବାର ଥିଲା। ଯେଉଁଥିପାଇଁ ସେ ନିଜ ଜନ୍ମକଲା ମା’କୁ ହତ୍ୟା କରିବା ପରେ ଇନସ୍ୟୁରାନ୍ସ ପାଇଁ ଆବେଦନ କରିବେ ବୋଲି ଭାବିଥିଲେ।

Advertisment

ଉତ୍ତରପ୍ରଦେଶର ଫତେହପୁରରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଯୁବକ ହେଲେ ହିମାଂଶୁ। ତାଙ୍କୁ ଅନଲାଇନ୍ ଗେମ୍ ନିଶା ଏତେ ଘାରିଥିଲା ଯେ ସେ ପ୍ରାୟ ୪ଲକ୍ଷ ଟଙ୍କା ଋଣ କରିସାରିଥିଲେ। କରଜ କିପରି ସୁଝିବେ ସେ ନେଇ ଚିନ୍ତାରେ ଥିଲେ। ଏହାପରେ ସେ ଏପରି କାଣ୍ଡ ଘଟାଇଛନ୍ତି। ନିଜ ମା’କୁ ହତ୍ୟା କରିବା ପରେ ତାଙ୍କ ନାଁରେ ଥିବା ଜୀବନବୀମା ପାଇଁ ଆବେଦନ କରିବେ ବୋଲି ଯୋଜନା କରିଥିଲେ।

ପୋଲିସର ସୂଚନା ଅନୁସାରେ, ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ଜୀବନନବୀମା ବା ଇନସ୍ୟୁରାନ୍ସ କରିଥିଲେ। ବୀମାରେ ସେମାନଙ୍କର ମୃତ୍ୟୁ ହେଲେ ୫୦ଲକ୍ଷ ମିଳିବାର ଥିଲା। ଯୋଜନା ମୁତାବକ ବାପା ଘରେ ନଥିବା ବେଳେ ସେ ନିଜ ମା’ ପ୍ରଭାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ଯମୁନା ନଦୀ କୂଳରେ ତାଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ।

Advertisment

ଚିତ୍ରକୋଟ ମନ୍ଦିରକୁ ଯାଇଥିବା ହିମାଂଶୁଙ୍କ ବାପା ରୋଶନ ସିଂ ଫେରିବା ପରେ ତାଙ୍କ ପତ୍ନୀ ପ୍ରଭା ଏବଂ ପୁଅକୁ ଘରେ ପାଇ ନଥିଲେ। ସେ ଚାରିଆଡ଼େ ଖୋଜାଖୋଜି କରିବା ପରେ ପଡୋଶୀଙ୍କୁ ପଚାରିଲେ। ହିମାଂଶୁ ନଦୀ ନିକଟରେ ଥିବା ପଡୋଶୀ କହିଥିଲେ। ଏହାପରେ ବାପା ରୋଶନ ନିଜ ସ୍ତ୍ରୀଙ୍କର ମୃତଦେହ ଦେଖିବାକୁ ପାଇଥିଲେ।

ଏନେଇ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ହିମାଂଶୁଙ୍କୁ ଗିରଫ କରିଥିଲା । ବରିଷ୍ଠ ପୋଲିସ ଅଧିକାରୀ ବିଜୟ ଶଙ୍କର ମିଶ୍ର କହିଛନ୍ତି, "ପୁଅ ମା’କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ପରେ ତାକୁ ଗିରଫ କରାଯାଇଛି।"

Advertisment
Son Killed Mother Online Gamers Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ