ଅପ୍ରାକୃତିକ ଯୌନ ସମ୍ପର୍କ ପରେ ବିଭତ୍ସ ହତ୍ୟା

ଯୌନ ପିପାସା କବଳରେ ପଡ଼ିଥିଲା, କାମ ଏପରି କଲା ଯେ .. ନର ରାକ୍ଷସ ପାଲଟିଗଲା । ନାବାଳକ ସହ ଅପ୍ରାକୃତିକ ଶାରିରୀକ ସଂପର୍କ ରଖି, ଶେଷରେ ଧରାପଡ଼ିଯିବା ଭୟରେ ତାକୁ ଶେଷ କରିଦେଇଥିଲା ଚିରଦିନ ଲାଗି ।

Crime

ଯୌନ ପିପାସା କବଳରେ ପଡ଼ିଥିଲା, କାମ ଏପରି କଲା ଯେ .. ନର ରାକ୍ଷସ ପାଲଟିଗଲା । ନାବାଳକ ସହ ଅପ୍ରାକୃତିକ ଶାରିରୀକ ସଂପର୍କ ରଖି, ଶେଷରେ ଧରାପଡ଼ିଯିବା ଭୟରେ ତାକୁ ଶେଷ କରିଦେଇଥିଲା ଚିରଦିନ ଲାଗି । ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ ।

କଟକ ଜଗତପୁର ପୂର୍ବକଛ ନାବାଳକ ହତ୍ୟାକାଣ୍ଡ ଘଟଣାର ୯ ଦିନ ପରେ, ଆଜି ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ନେଇ ସିନ୍ ରିକ୍ରିଏସନ କରିବା ସହିତ, ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ପଛର ଖୁଲାସା କରିଛନ୍ତି କଟକ ଡିସିପି । କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଯୋଗେନ୍ଦ୍ର ପଣ୍ଡା ଜଣେ ନିଶାସକ୍ତ ଯୁବକ ଥିଲା ଏବଂ ଦୀର୍ଘଦିନ ଧରି ନାବାଳକକୁ ଶାରିରୀକ ଶୋଷଣ କରିଆସୁଥିଲା ।

ତେବେ ଗତ ୧୬ ତାରିଖ ଦିନ ଯୋଗେନ୍ଦ୍ର ଏକ ପରିତ୍ୟକ୍ତ ଘରକୁ ନେଇଯିବା ପରେ, ନାବାଳକ ଜଣକ ସବୁକଥା ତାଙ୍କ ବାପାଙ୍କୁ କହିଦେବେ ବୋଲି କହିଥିଲେ । ତେଣୁ ଧରାପଡ଼ିଯିବା ଭୟରେ ନାବାଳକକୁ ବେହୋସ କରି ଅତି ନିର୍ମମ ଭାବେ ଧାନ କଟା ଦାଆରେ ତାଙ୍କ ବେକ କାଟି ଦେଇଥିଲା ଅଭିଯୁକ୍ତ ଏବଂ ମୃତଦେହକୁ ଘୋଷାରି ଘୋଷାରି ନେଇ ବିଲ ହୁଡ଼ାରେ ଫିଙ୍ଗି ଦେଇଥିଲା । ପୋଲିସ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିବା ସହ ବ୍ୟବହୃତ କାଠ ଫାଳିଆ, ରକ୍ତ ଭିଜା ଗାମୁଛା ଓ ଦାଆ ଆଦି ଜବତ କରିଛି ।