Advertisment

ବାରିପଦା ଟାଉନ୍ ଥାନାରେ ହାଜିରା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଅଦ୍ୟତନ ହୋଇଛି
Bisheshwar Tudu

Bisheshwar Tudu

Advertisment

ବାରିପଦା ଟାଉନ୍ ଥାନା ରେ ହାଜିର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗତ ଜାନୁଆରୀ ୧୧ତାରିଖରେ ସମୀକ୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟାଳୟକୁ ଡକାଇ ଥିଲେ। ଏହାପରେ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା।

Advertisment

ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉଚ୍ଚ ନ୍ୟାୟାଳୟରୁ ଅଗ୍ରୀମ ଜାମିନ ପାଇ ସାରିଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ଘଟଣାର ତଦନ୍ତ ପାଇଁ ସହଯୋଗ କରିବାକୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ବାରିପଦା ଟାଉନ ଥାନା ଯାଇ ତଦନ୍ତକାରୀ ଅଫିସରଙ୍କୁ ଭେଟିଛନ୍ତି। ବିଶ୍ୱେଶ୍ୱର ଟୁଡୁ ଥାନାରେ ୫ରୁ ୭ମିନିଟ ରହି ତଦନ୍ତକାରୀ ଅଫିସରଙ୍କ ପାଖରେ ଆଲୋଚନା କରି ପଳେଇ ଆସିଥିଲେ।

Advertisment

ଏଥି ପୂର୍ବରୁ ବିଶ୍ୱେଶ୍ୱର ଟୁଡୁ ଘଟଣାକୁ ଖଣ୍ଡନ କରିଥିବା ବେଳେ ଅଭିଯୋଗ କାରୀ ଦୁଇ ସରକାରୀ ଅଧିକାରୀଙ୍କ ବୟାନ ବାରିପଦା ସ୍ଥିତ ଏସଡିଜିଏମଙ୍କ କୋର୍ଟରେ ରେକର୍ଡ କରାଯାଇସାରିଛି। ଏନେଇ ଆଜି ବିଶ୍ୱେଶ୍ୱର ଟୁଡୁ କିମ୍ବା ପୋଲିସ ପକ୍ଷରୁ କୋଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Baripada Bisweswar Tudu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ