Advertisment

Murder: ରାଜଧାନୀରେ ମର୍ଡର କରି ଘଟଗାଁରେ ପୋତିଦେଲା ପ୍ରେମିକ

ଶୁଭମିତ୍ରାଙ୍କୁ ରାଜଧାନୀରେ ତଣ୍ଟି ଚିପି ହତ୍ୟା କରି ଦୀପକ ଘଟଗାଁରେ ଏକ ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିବା ସୂଚନା ମିଳିଛି।

Murder

Murder

Advertisment

ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ମାମଲାରେ ନୂଆ ଟ୍ବିଷ୍ଟ୍। ସନ୍ଦେହରେ ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ। ଘଟଣାରେ ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି। ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଶୁଭମିତ୍ରା ନିଖୋଜ ହେବାର ୧୨ ଦିନ ପରେ ତାଙ୍କ ମୃତଦେହ ମିଳିଛି। ସେପଟେ ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ନେଇଥିବାର ଏକ ଫୋଟୋ ସାମ୍ନାକୁ ଆସିଛି।

Advertisment

କେନ୍ଦୁଝର ଘଟଗାଁ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଯାହାକି ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ପୋଲିସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ମୃତଦେହକୁ ଉଦ୍ଧାର କରି ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି।

ଗତ ୬ ତାରିଖ ଠାରୁ ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ନିଖୋଜ ହେଲେଣି। ଶୁଭମିତ୍ରାଙ୍କ ଘର ପାରାଦୀପରେ। ସେ ଭୁବନେଶ୍ବରରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ଗତ ୬ ତାରିଖ ସନ୍ଧ୍ୟାରେ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିବା ପରେ ନିଜ କାର ଯୋଗେ କେନ୍ଦୁଝର ନେଇ ଯାଇଥିଲା ଦୀପକ। ସେଠାରେ ଏକ ଜଙ୍ଗଲରେ ପୋତି ଦେଇଥିବା ଜେରା ବେଳେ ପୋଲିସ୍ ଆଗରେ ମାନିଥିବା ସୂଚନା ମିଳିଛି।

Advertisment

ଏହି ହତ୍ୟା ମାମଲାରେ ଆଉ ଏକ ନୁଆ ତଥ୍ୟ ମଧ୍ୟ ସାମନାକୁ ଆସିଛି। ଦୀପକ ପୂର୍ବରୁ ବିବାହିତ ଥିଲା। ତାର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା ମଧ୍ୟ ଆଣିଛି ଅଭିଯୁକ୍ତ। ବର୍ତ୍ତମାନ ତାର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ମଧ୍ୟ ଏବେ ସନ୍ଦେହ ଘେରକୁ ଆସିଛି। ହତ୍ୟା ପୂର୍ବରୁ ଦୀପକର ପ୍ରଥମ ସ୍ତ୍ରୀ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ନାଁରେ କୋଟିଏ ଟଙ୍କାର ବୀମା ଟଙ୍କା ପାଇଥିଲା ଦୀପକ। ଶୁଭମିତ୍ରାଙ୍କୁ ଦୀପକ ୨୦ ଲକ୍ଷ ଟଙ୍କା ପାଇଁ ହତ୍ୟା କରିଥିବା ଜେରା ବେଳେ ପୋଲିସ ଆଗରେ ମାନିଥିବା ସୂଚନା ମିଳିଛି।

Bhubaneswar Lady Constables Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ