Advertisment

ଏମିତି ‘ରିଲ୍ସ’ ନିଶା... ବାଇକ୍‌ ପଛରେ ବସି ରିଲ୍ସ କରୁ କରୁ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ

ବାଇକ୍‌ ପଛରେ ବସି ରିଲ୍ସ କରିବା ନିଶା ୨ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କର ବାଇକ୍‌ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Maharashtra Crime News

Two youths making ‘reels’ on bike kill woman

Advertisment

ରିଲ୍ସ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଅଧିକ ଦେଖିବାକୁ ମିଳୁଛି। ରାସ୍ତାଘାଟ ହେଉ କି ଗାଡ଼ି ଚଲାଇବା ବେଳେ କେଉଁଠି ବି ରିଲ୍ସ କରି ଏହାକୁ ସୋସିଆଲ୍‌ ମିଡିଆ ରେ ପୋଷ୍ଟ କରୁଛନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ଏହି ରିଲ୍ସ ଚକ୍କରରେ ନା କେବଳ ନିଜ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି ବରଂ ଅନ୍ୟଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି। ବାଇକ୍‌ ପଛରେ ବସି ରିଲ୍ସ କରିବା ନିଶା ୨ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କର ବାଇକ୍‌ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି।ସୋମବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଘାରିଛି ରିଲ୍ସ ନିଶା: ସ୍କୁଲ୍‌ ଛାତରୁ ଡେଇଁଲେ ଛାତ୍ର, ଆଜବେଷ୍ଟସ ଭାଙ୍ଗି ସିଧା ଗଳି ପଡ଼ିଲେ...

ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ଆୟନ ଶେଖ୍‌(୨୨) ଓ ଜୈଦ ଶେଖ୍‌(୨୦)ଙ୍କୁ ଗିରଫ କରିଛି। ଉଭୟ ହଡପସର୍‌, ସୟଦ ନଗରର ବୋଲି ଜଣାପଡ଼ିଛି। ପୋଲିସ୍‌ ସୂଚନା ଅନୁସାରେ, ଜୈଦ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଚଳିତ ବର୍ଷ ସେ ବୋର୍ଡ ପରୀକ୍ଷା ଦେଉଛନ୍ତି। ଆୟନ BA( Bachelors of Arts) ଛାତ୍ର। ମୃତ ମହିଳାଙ୍କ ନାଁ ତସଲିମ୍‌ ପଠାନ(୩୧)। ସୋଲାପୁର ଜିଲ୍ଲା ବର୍ଶିରେ ତାଙ୍କ ଘର। ଘରୋଇ ସହାୟିକା ଭାବେ ସେ କାମ କରୁଥିଲେ।

Advertisment

ଅଭିଯୋଗ ଅନୁସାରେ, କାମ ସାରି ତସଲିମ୍‌ NIBM ରୋଡ୍‌ରୁ ଉରୁଲି କାଞ୍ଚନ ଅଭିମୁଖେ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଥିବା ବାଇକ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗାଡ଼ି ଚଲାଇ ରିଲ୍ସ କରୁଥିବା ବେଳେ ଆୟନ ଓ ଜୈଦ, ତସଲିମ୍‌ଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ସୋମବାର ସାଢ଼େ ୫ଟା ବେଳେ ପଲ୍‌କି ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। 

ପୋଲିସ୍‌ ସୂଚନା ଅନୁସାରେ, ଆୟନ ଦ୍ରୁତ ଗତିରେ ଗାଡ଼ି ଚଲାଉ ଥିବାବେଳେ ଜୈଦ ଗାଡ଼ିର ପଛରେ ବସି ରିଲ୍ସ କରୁଥିଲେ। ଉଭୟ ଅସାବଧାନତା ଥିବା ଯୋଗୁ ତସଲିମ୍‌ ସାମ୍ନା ପଟୁ ଆସୁଥିବା ସେମାନେ ଦେଖି ପାରିନଥିଲେ। ଫଳରେ ସ୍କୁଟିକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ତସଲିମ୍‌ଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଫେରାର ହୋଇଯାଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରି ଉଭୟ ଆୟନ ଓ ଜୈଦଙ୍କୁ ଗିରଫ କରିଛି।

Advertisment
Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ