Two youth body found from pond
ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଓ ପୋଲିସ୍ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଦ୍ୱୟ ପାଟକୁରା ଥାନା ତଳଗାଁର ଟ୍ରାକ୍ଟର ଡ୍ରାଇଭର ସୁବ୍ରତ ଯେନା ଓ ସନାତନ ପଟ୍ଟନାୟକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ଦୁହେଁ ଭୋଜି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ବାଇକ୍ ସହ ଗଡ଼ିଆ ଭିତରେ ପଶି ଯାଇଥିଲେ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଗଡ଼ିଆରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଦ୍ୱାରା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାଣି ଭିତରୁ ଗୋଟିଏ ବାଇକ୍ ମଧ୍ୟ ମିଳିଛି।
ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେମାନଙ୍କୁ ହତ୍ୟା କରାଯାଇ ପାଣି ଭିତରେ ଫିଙ୍ଗା ଯାଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aa_1641100707.jpeg)