Advertisment

ଛଅ ମାସ ଶିଶୁକୁ ବି ଛାଡିଲେନି ଯୌନ ପିପାଷୁ, ଦୁଷ୍କର୍ମ କଲେ..

ଦେଶରେ ଦିନକୁ ଦିନ ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବା ଅଭିଯୋଗ ଚିନ୍ତାର ବିଷୟ ପାଲଟିଲାଣି । ଦିଲ୍ଲୀର ଦୁଇ ନାବାଳିକାଙ୍କୁ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Minor Girl Raped

Minor Girl Raped

Advertisment

କେଡେ ନିର୍ଦ୍ଦୟ ଏ ମଣିଷ । ଏମାନଙ୍କୁ ମଣିଷ କୁହାଯିବ ନା ରାକ୍ଷାସ । ଯେଉଁ ସମୟରେ ଛୁଆଙ୍କୁ ସ୍ନେହ ଆଦରରେ ପାଳିପୋଷି ବଡ଼ କରିବା କଥା କିନ୍ତୁ ସେ ସମୟରେ ନୃସଂଶ ପାଲଟିଛି ଏହି ମଣିଷ । ଦିନକୁ ଦିନ ଦେଶରେ ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି । ଛଅ ମାସର ଶିଶୁକୁ ଦୁଷ୍କର୍ମ କରୁଛନ୍ତି ମଣିଷ ରୂପି ରାକ୍ଷାସ ।

Advertisment

ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପଶ୍ଚିମ ଦିଲ୍ଲୀର ସମୟପୁର ବାଡଲି ଅଞ୍ଚଳରେ । ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯାଗ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ମାତ୍ର ଛଅ ମାସ । ନାବାଳିକା ଦୁହେଁ ଅସୁସ୍ଥ ଥିବାର ଶୁଣିବାକୁ ମିଳିଛି । ତେବେ ପୋଲିସ ଆରୋପୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍‌ ଥିବାର ସୂଚନା ଦେଇଛି ।

ପୋଲିସର ସୂଚନାନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ଜଣକଙ୍କ ବୟସ ୪୦ ବର୍ଷ ନାଁ କମଲ ମଲହୋତ୍ରା ଓରଫ୍‌ ଚିନୁ । ସେ ଜହାଙ୍ଗୀରପୁରରେ ରହୁଥିବାର ଜାଣିବାକୁ ମିଳିଛି । ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଓ ବିସ୍ଫାରକ ସାମଗ୍ରୀ ଜବତ ହୋଇଛି । ତେବେ ଅନ୍ୟ ଅଭିଯୁକ୍ତଙ୍କ ନାଁ ରାଜ୍ ଓରଫ୍‌ ରାଜୁ ବୋଲି ଜାଣିବାକୁ ମିଳିଛି । ପୋଲିସ ଏବେ ଯାଏଁ ମଧ୍ୟ ତାକୁ ଧରିପାରିନି ।

Advertisment

ସୂଚନାନୁଯାୟୀ ପିଲାଙ୍କ ବାପା ମାଆ ଦୁଇ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି । ତାଙ୍କ କହିବାନୁଯାୟୀ ଶୁକ୍ରବାର ସେ କାମରୁ ଫେରିବା ପରେ ଦୁଇ ଝିଅଙ୍କୁ ଘରେ ଦେଖିବାକୁ ପାଇନଥିଲେ । ହଠାତ୍‌ ପଡୋଶୀଙ୍କ ଘରେ ପିଲାଙ୍କ କାନ୍ଦୁଥିବାର ଶବ୍ଦ ଶୁଣିବାକୁ ପାଇ ତାଙ୍କ ପତ୍ନୀ ସେଠାକୁ ଯାଇଥିଲେ । ସେଠାରେ ଦୁଇ ଅଭିଯୁକ୍ତ ଚିନୁ ଓ ରାଜୁ ଝିଅଙ୍କୁ ଦୁଷ୍କର୍ମ କରୁଥିବାର ସେ ଦେଖିଥିଲେ । ମହିଳାଙ୍କୁ ଦେଖି ସେମାନେ ସେଠାରୁ ପଳାଇଥିଲେ ।

ପୋଲିସ କହିଛି ଯେ, ଶନିବାର ଦିନ ସମୟପୁର ବାଡଲି ମେଟ୍ରୋ ଷ୍ଟେସନ ନିକଟ ଏକ ପାର୍କରେ ଚିନୁଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା, କିନ୍ତୁ ଚିନୁ ଆତ୍ମସମର୍ପଣ ନକରି ପୋଲିସଙ୍କ ଉପରେ ଗୁଳି ଚଳାଇଥିଲା । ପୋଲିସ ମଧ୍ୟ ଜବାବରେ ଚିନୁ ଉପରକୁ ଗୁଳି ଚଳାଇଥିଲା ଓ ଗୁଳିଟି ଚିନୁ ଗୋଡରେ ବାଜିଥିଲା । ତାପରେ ପୋଲିସ ଚିନୁକୁ ଗିରଫ କରିଥିଲା ।

Advertisment

ପୋଲିସ ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ତ ଭିଆଇଛନ୍ତି । ତେବେ ନାବାଳିକାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୋଲିସ ପକ୍ଷରୁ ରାଜୁକୁ ଧରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି।

Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ