Advertisment

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ: ଦୁଇ ମନ୍ତ୍ରୀ ସମ୍ପୃକ୍ତ

ସେମାନଙ୍କୁ ଫାଶି ହେଲେ ମାନସଙ୍କ ଆତ୍ମା ଶାନ୍ତି ପାଇବ।

ଅଦ୍ୟତନ ହୋଇଛି
କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ମୃତ୍ୟୁକୁ ମାଆଙ୍କ ବୟାନ

କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ମୃତ୍ୟୁକୁ ମାଆଙ୍କ ବୟାନ

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀ। ମାନସଙ୍କ ପତ୍ନୀ କହିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି। ବଡ଼ ନେତା ଓ ମନ୍ତ୍ରୀଙ୍କର ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ। ସେମାନେ ସେହି କଳା କାରନାମା ସେଠାରେ କରୁଥିଲେ। ମୋ ପୁଅ ଜାଣି ପାରିଥିଲା, ସେଥିରୁ କିଛି ଚିପ୍ସ ରଖିଥିଲା। ଦୁନିଆ ଆଗରେ ଖୋଲିଯିବ ବୋଲି ସେମାନେ ମୋ ପୁଅକୁ ମାରିଛନ୍ତି। ସେମାନଙ୍କୁ ଫାଶି ହେଲେ ମୋ ପୁଅର ଆତ୍ମା ଶାନ୍ତି ପାଇବ। ଶର୍ମିଷ୍ଠା ରାଉତଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ମାନସଙ୍କ ମାଆ କହିଛନ୍ତି।

Advertisment

ଗତକାଲି ହତ୍ୟାଘଟଣାରେ ନୂଆ ମୋଡ଼ ଆସିଥିଲା। ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ। ଖାଲି ନିରଞ୍ଜନ ସେଠୀ ନୁହଁନ୍ତି ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ନିରଞ୍ଜନ ସେଠୀ ହେଉଛନ୍ତି ଅବସରପ୍ରାପ୍ତ ଓଆଇଏସ ଅଧିକାରୀ । ସେ ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ଏବେ ବି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଫେରାରଅଛନ୍ତି। 

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡିପୋଖରୀ ଗାଁର କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ଗତ ଫେବୃୟାରୀ ୭ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇଥିବାବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା । 

Advertisment

ଭୁବନେଶ୍ୱରର ଏକ ୱେବ ଚ୍ୟାନେଲର କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ କରି ଘଟଣାର ଖୁଲାସା କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

ରାଜଧାନୀରେ ହତ୍ୟା ଓ ପରେ ନୟାଗଡ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ପାହାଡ଼ ନିକଟରେ ମାନସଙ୍କ ମରଶରୀରକୁ ପୋତି ଦିଆଯାଇଥିଲା। ସେଠାରୁ ପୋଲିସ ଉଦ୍ଧାର କରିଥିଲା ମାନସଙ୍କ ଗଳିତ ଶବ।

Advertisment
Cameraman Manas Swain Murder Cameraman Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ