Constable Arrested
୩୦ ଲକ୍ଷ ଟଙ୍କା ଲୁଟ ମାମଲାରେ ବନ୍ଧା ହେଲେ ପୋଲିସ କନେଷ୍ଟବଳ । ଗିରଫ କନେଷ୍ଟବଳ ହେଲେ ତନୁଜ ସାବତ । ସୂଚନା ଅନୁସାରେ ଗଜପତି ଜିଲ୍ଳା ପାରଳାଖେମୁଣ୍ଡି ଥାନା କେରାଣ୍ଡି ଗାଁ ନିକଟ ଜଙ୍ଗଲରେ ୫ଶହ ଓ ୨ ହଜାର ଟଙ୍କା ନୋଟ ନେଇ ଡିଲ ଚାଲିଥିଲା । ୫୦୦ ଟଙ୍କିଆ ନୋଟ୍ ବଦଳରେ ୩୦ ଲକ୍ଷ ଓ ୨ ହଜାର ଟଙ୍କା ନୋଟ୍ ବଦଳରେ ୬୦ ଲକ୍ଷ ଦେବାକୁ ଡିଲ ଚାଲିଥିଲା । ଏହି ଡିଲ୍ ପାଇଁ ଆନ୍ଧ୍ର ପ୍ରଦେଶରୁ ଗୋଟିଏ ଟିମ୍ ଆସିଥିଲେ ।
ତେବେ ଟଙ୍କା ଡିଲ୍ ବେଳେ କନେଷ୍ଟବଳ ତନୁଜ ସାବତ ୬୦ ଲକ୍ଷ ଟଙ୍କା ନଦେଇ ୩୦ ଲକ୍ଷ ଟଙ୍କା ଝାଂପି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ କନେଷ୍ଟବଳ ତନୁଜ ଓ ଆନ୍ଧ୍ର ପ୍ରଦେଶର ବିନୋଦ ରାୟପିଲିଙ୍କୁ ଗିରଫ କରିଛି । ତନୁଜଙ୍କ ନାଁରେ ମାମଲା ରୁଜୁ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି ।
୩୦ ଲକ୍ଷ ଟଙ୍କା ଦେଲେ, ୬୦ ଲକ୍ଷ ଟଙ୍କା ନେବ...! ଠକିବା ପାଇଁ ଏପରି ମାୟା ଜାଲ ବିଛାଉଥିଲେ ଠକ । ଆଉ ସେହି ଜାଲ୍ରେ ଯିଏ ପଡୁଥିଲେ, ତାଙ୍କୁ ଖୋଳ କରିଦେଉଥିଲେ । ଏଥିରେ ଜଣେ ପୋଲିସ୍ କନଷ୍ଟେବଲ ମଧ୍ୟସ୍ତି ଭାବେ କାମ କରୁଥିଲେ । ଯାହାଙ୍କୁ ଧରିଛି ପାରଳାଖେମୁଣ୍ଡି ପୋଲିସ୍ । କନଷ୍ଟେବଲଙ୍କ ସହିତ ଅନ୍ୟ ଜଣଙ୍କୁ ମଧ୍ୟ ବାନ୍ଧିଛି ପୋଲିସ୍ । ତେବେ ନିଜକୁ ‘ବସ୍’ ବୋଲି ପରିଚୟ ଦେଉଥିବା ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି । ତାକୁ ଗିରଫ କରିବା ପାଇଁ ପୋଲିସ୍ ଉଦ୍ୟମ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706452495.jpg)