ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଠକ ସଂସ୍ଥା ଅଉରେକ୍ସା ଡିଲର ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ EOW । ସେମାନେ ହେଲେ କମ୍ପାନୀର ଉପର ସ୍ତରର କର୍ମଚାରୀ ପ୍ରଭାତ ଦାସ ଓ ଶରତ ନାୟକ ।
ଲୋକଙ୍କୁ ବିଭିନ୍ନ ଘରୋଇ ଉପକରଣ ଓ ଇଲେକଟ୍ରୋନିକ୍ ଯଂନ୍ତ୍ରାଶ ବିକି ଟଙ୍କା ସଂଗ୍ରହ କରୁଥିବା ଏ କମ୍ପାନୀ ଅଧିକ ବିନିଯୋଗ କଲେ ଅଧିକ ଲାଭର ପ୍ରତିଶ୍ରୁତି ଦେଉଥିଲା । ଏହି ଉପାୟରେ ରାଜ୍ୟରୁ ଏ କମ୍ପାନୀ ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏ ସଂସ୍ଥାର ଡାଇରେର ବାବୁ ସିଂ ଗ୍ୱାଲିୟରରୁ ଗିରଫ ହୋଇଥିଲା ।