Advertisment

ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ

ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ।

Couple Found Dead

Couple Found Dead

Advertisment

ବ୍ରହ୍ମପୁର: ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜୀବ। ଗତ ୧୨ ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ ଘରକୁ ଯାଇଥିଲେ। ସେଠାରୁ ଫେରି କେଉଁ ଆଡ଼େ ଚାଲିଯାଇଥିବା ଅଭିଯୋଗ ହୋଇଥିଲା।

Advertisment

୧୨ ତାରିଖ ସନ୍ଧ୍ୟାରେ ପୋଲିସ ଗୋପାଳପୁର ବେଳାଭୂମିଠାରୁ ୮ କି.ମି. ଦୂର ଉପୁଳାପୁଟି ଗାଁ ବେଳାଭୂମିରୁ ୨ଟି ମୃତଦେହ ଉଦ୍ଧାର କରିଥିଲା। ଗତକାଲି ସନ୍ଧ୍ୟାରେ ଦମୟନ୍ତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ଗୋପାଳପୁର ପୋଲିସ୍ ସହ ଯୋଗାଯୋଗ କରିଥିଲେ। ଏହାପରେ ଚମାଖଣ୍ଡି ପୋଲିସ ପକ୍ଷରୁ ଜାରି ହୋଇଥିବା ବୃଦ୍ଧଙ୍କ ଫଟୋରୁ ଶବକୁ ଚିହ୍ନଟ କରିଥିଲେ ପରିବାର ଲୋକେ। 

ଦମ୍ପତିଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ବଡ଼ବଜାର ଅଞ୍ଚଳରୁ ଉଭୟେ କିଭଳି ଗୋପାଳପୁର ଆସିଲେ ? ଉଭୟଙ୍କ ମୃତ୍ୟୁ କିପରି ହେଲା ? ଦମ୍ପତିଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ଏନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। 

Advertisment

ଅନ୍ୟପକ୍ଷେ, ରାଉରକେଲାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେକ୍ଟର ୫ ଦୀପିକା ସ୍କୁଲ ନିକଟ ରାସ୍ତା କଡ଼ରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ନାଁ ମନୋରଞ୍ଜନ ନାଗ ବୋଲି ଜଣାପଡିଛି। ତାଙ୍କ ଘର ସେକ୍ଟର ୬ ମହିମା ଆଶ୍ରମ ନିକଟ ବସ୍ତିରେ। ମନୋରଞ୍ଜନଙ୍କ ଗଳା,ବେକ, ପେଟ ଓ ଗୋଡ଼ରେ କଟା ଦାଗ ରହିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।  ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। 

Gopalpur Couple Found Dead Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ