ବ୍ରେକ୍‌ଅପ୍‌ ଦିନ ତୁନିଶାଙ୍କୁ ମାଡ଼ ମାରିଥିଲେ ସେଜାନ, ବୁର୍ଖା ପିନ୍ଧିବାକୁ . . . .

ଝିଅକୁ ହରାଇବା ପରେ ମା’ର ମନ ମାନୁନି । ଝିଅ ଯେ ଆତ୍ମହତ୍ୟା କରିଛି, ସେ ଚିନ୍ତା କରିପାରୁ ନାହାନ୍ତି । ତୁନିଶା(Tunisha Sharma) ମୃତ୍ୟୁକୁ ଦେଇ ପୁଣି ବୟାନ୍‌ ଦେଲେ ତାଙ୍କ ମା’ ।

Tunisha Sharma death case

ପ୍ରେମ-ପ୍ରତାରଣାର ଲୁଚାଚୋରା ଖେଳ ସାମ୍ନାରେ ହାରିଗଲା ଜୀବନ । ସମ୍ପର୍କ ଭାଙ୍ଗିଯିବା ପରେ ଚୁନା ହୋଇଗଲା ନୀରିହ ମନ । ଯେଉଁ ବୟସରେ ସ୍ୱପ୍ନର ଦୁନିଆ ଗଢ଼ିବା କଥା, ସେହି ବୟସରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା(Tunisha Sharma) ଜୀବନ ହାରିଦେଇଛନ୍ତି । ଦିନ ଯେତିକି ବଢ଼ୁଛି, ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସହ-ଅଭିନେତା ସେଜାନ ଖାନଙ୍କୁ ତୁନିଶା ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଛି । ଏବେ ତୁନିଶାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତୁନିଶାଙ୍କ ମାଆ ବନିତା ।

କ’ଣ କହିଛନ୍ତି ତୁନିଶାଙ୍କ ମା’ ?

ଘଟଣା ଦିନ ତୁନିଶାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ନଥିଲା । ନିଜ ଗାଡ଼ିରେ ଅନ୍ୟ କିଛି ଲୋକଙ୍କ ସହ ତୁନିଶାଙ୍କୁ ମେଡିକାଲକୁ ନିଆଗଲା । ତେଣୁ ଏହା ହତ୍ୟାକାଣ୍ଡ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରେମରେ ଫସାଇବା ପରେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ । ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥାଇ ବି ସେ ତୁନିଶାଙ୍କୁ ଠକୁଥିଲେ ।

ଅଧିକ ପଢ଼ନ୍ତୁ: ତୁନିଷା ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ ! ସିଜାନଙ୍କ ହ୍ୱାଟସଆପ୍‌ ଚାର୍ଟ ଡିଲିଟ୍

ତୁନିଶା କହୁଥିଲା, ସେଜାନ ସେଟରେ ଡ୍ରଗ୍ସ ସେବନ କରୁଥିଲେ । ବ୍ରେକ୍‌ଅପ୍‌ ଦିନ ତୁନିଶାଙ୍କୁ ସେଜାନ ଚାପୁଡ଼ା ମାରିଥିଲା । ଏପରିକି ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ ମଧ୍ୟ କରୁଥିଲା । ଏକଥା ତୁନିଶା କାନ୍ଦି କାନ୍ଦି ନିଜ ମା ସାମ୍ନାରେ ବଖାଣିଥିଲେ ।

ମୃତ୍ୟୁର କିଛି ସମୟ ପୂର୍ବରୁ ତୁନିଶା ବେଶ୍ ଖୁସି ଥିଲେ । ହଠାତ୍ କେମିତି ଆତ୍ମହତ୍ୟା କରିବେ ବୋଲି ପ୍ରଶ୍ନ କରିଛନ୍ତି ତୁନିଶାଙ୍କ ମା’ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ...ଗତ ୨୪ ତାରିଖ ଦିନ ସୁଟିଂ ସେଟର ଭ୍ୟାନିଟି ଭ୍ୟାନରୁ ତୁନିଶାଙ୍କ ମୃତଦେହ ମିଳିଥିଲା । ଡିପ୍ରେସନ୍ ପରେ ସେ ଆତ୍ମହତ୍ୟା କରିଥିବା କହିଛି ପୋଲିସ୍ । ତେବେ ଏନେଇ ସନ୍ଦେହ ଉପୁଜିଛି ।